
ଖଜୁରୀପଡ଼ା,୨୧-୦୫(ଅନନ୍ତ କୁମାର ଦିଗାଲ):କନ୍ଧମାଳ ଜିଲ୍ଲା ପ୍ରସାସନ ତରଫରୁ ଜିଲ୍ଲା ରେ ସନ୍ଧ୍ୟା ୭ ରୁ ସକାଳ ୭ ଯାଏଁ ୧୪୪ ଧାରା ଲାଗୁହେବା ପରେ ଆଜି ଖଜୁରୀପଡ଼ା ବ୍ଲକ ସଦରମହକୁମା ସମେତ ଆରନୂଆଁଗାଁ, ବଲସକୁମ୍ପା ଏବଂ ସମସ୍ତ ୧୪ ପଂଚାୟତ ରେ ପ୍ରସାସନ ତରଫରୁ କଟକଣା ନେଇ ଜନସାଧାରଣଙ୍କ ଅବଗତି ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଏସଆଇ ଉଦ୍ଧବ କୁମାର ଯାନୀ ରାଜସ୍ବ ନିରିକ୍ଷକ ଅମିୟ ଭୂଷଣ ରାମ ପ୍ରମୁଖ ଘୋଷଣା ପରେ ସହର ରେ ମାସ୍କ ନ ପିନ୍ଧିଥିବା ଏବଂ ସାମାଜିକ ଦୂରତା ନମାନି ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କ ଠାରୁ ଫାଇନ ଆଦାୟ କରିଥିଲେ ।


















