
ଖଜୁରୀପଡ଼ା,୨୦-୦୫(ଅନନ୍ତ କୁମାର ଦିଗାଲ):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସଦରମହକୁମା ସମେତ ବିଭିନ୍ନ ଅଂଚଳରେ ଚା ଜଳଖିଆ ଏବଂ ହୋଟେଲ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ଛୋଟଛୋଟ ବ୍ୟବସାୟୀ କରୋନା ଲକଡାଉନ ନିୟମ ପରେ ବହୁକଷ୍ଟରେ ପରିବାର ପ୍ରତି ପୋଷଣ କରୁଥିବା ଦେଖାଯାଉଛି । କିଏ ଚା ଜଳଖିଆ ଦୋକାନ ତ କିଏ ଛୋଟମୋଟ ହୋଟେଲ ତ ଆଉକିଏ ସେଲୁନ କିମ୍ବା ଅନ୍ୟ କିଛି ବ୍ୟବସାୟ କରି ପରିବାର ପ୍ରତି ପୋଷଣ କରୁଥିବା ବେଳେ ବର୍ତ୍ତମାନ ଦୁଇ ମାସ ଧରି ବ୍ୟବସାୟ ବନ୍ଦ କାରଣ ରୁ ବହୁଦୁଃଖ କଷ୍ଟ ରେ ରହିଛନ୍ତି। ଆମେ ଜିଲ୍ଲା ପ୍ରସାସନ ଏବଂ ସରକାର ଙ୍କ ସମସ୍ତ ନିୟମ ପାଳନ କରି କିଛି ସମୟ ପାଇଁ ଟିକିଏ ଟିକିଏ ଅଳ୍ପ ବ୍ୟବସାୟ କରିପାରିଲେ ହୁଏତ ପରିବାର ପ୍ରତି ପୋଷଣ ର କଷ୍ଟ ରୁ ମୁକ୍ତିପାଇ ପାରନ୍ତୁ ବୋଲି ଜିଲ୍ଲା ପ୍ରସାସନ ଙ୍କୁ ବ୍ୟବସାୟୀ ଦଣ୍ଡପାଣି ଖୁଣ୍ଟିଆ ହ୍ରୁଷିକେଶ ଖୁଣ୍ଟିଆ ସୁଶାନ୍ତ ସାହୁ ପ୍ରଫୁଲ ପ୍ରଧାନ ମୁରଲି ପ୍ରଧାନ ମୁନା ପଣ୍ଡା ମିଥୁନ ସାହୁ କେଦାର ସାହୁ ଭାଷ୍କର ସାହୁ ସଂଜୟ ସାହୁ ଅଜୟ ସାହୁ ପ୍ରମୋଦ ମଲିକ କାର୍ତ୍ତିକ ବାରିକ କିର୍ତ୍ତୀ ଚନ୍ଦ୍ର ବାରିକ ପ୍ରମୁଖ ନିବେଦନ କରିଛନ୍ତି । ସେହିଭଳି ସହରର ପରିବେଶ ପରିଷ୍କାର ପରିଛନ୍ନ ରଖିବାକୁ ପଦକ୍ଷେପ ନେଇ ହାଟ ମଧ୍ଯ ରୁ ମାଛ ମାଂସ ଦୋକାନ ଉଛେଦ ପରେ ବର୍ତ୍ତମାନ ବର୍ଷାଦିନ ଆରମ୍ଭ ହେବାକୁ ଥିବା ବେଳେ ପ୍ରସାସନ ତରଫରୁ ତୁରନ୍ତ ସ୍ଥାୟୀ ସ୍ଥାନ ପ୍ରଦାନ କଲେ ଆମେ ସୁବିଧା ରେ ମାଛ ମାଂସ ବ୍ୟବସାୟ କରିପାରନ୍ତୁ ବୋଲି କବିରାଜ ଗଣ୍ଡା ଅଲେଖ ନାୟକ ଜିୟାଉଦ୍ଧିନ ଖାନ ବାବୁଲା ଖାନ ପ୍ରମୁଖ ନିବେଦନ କରିଛନ୍ତି ।


















