Thursday, November 5, 2026
ADVERTISEMENT
Home ଗଞ୍ଜାମ ରକ୍ତ ସଂଗ୍ରହ ଅଭିଯାନ ରେ ବଜେପିଦଳ କର୍ମକର୍ତ୍ତା

ରକ୍ତ ସଂଗ୍ରହ ଅଭିଯାନ ରେ ବଜେପିଦଳ କର୍ମକର୍ତ୍ତା

284
ADVERTISEMENT

ବ୍ରହ୍ମପୁର,୧୮-୦୫(ଇ.ରଞ୍ଜନ):ମହାମାରୀ କୋରନାର ପ୍ରଭାବ ସାରା ବିଶ୍ୱରେ ରହିଥିବା ବେଳେ ସରକାରଙ୍କ ସୁରକ୍ଷା ନେଇ ନିର୍ଦ୍ଧେଶାବଳି ଜାରିକରି ଲକଡାଉନ,ସର୍ଟଡାଉନ ନିୟମ କଢ଼ାକୋଡ଼ି କରିଥିବା ବେଳେ ଏହି ଘୋଡ଼ିସନ୍ଧି ମୁହୂର୍ତ୍ତ ରେ ଘରଭିତରେ ସମସ୍ତେ ବନ୍ଧନ l ସାଧାରଣ ରୋଗୀଙ୍କ ପାଇଁ ରାଜ୍ୟରେ ରକ୍ତର ଘୋର ଅଭାବ ଦେଖାଦେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଜେପି ତରଫରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ରବିବାର ସନ୍ଧ୍ୟାରେ କୁକୁଡ଼ାଖଣ୍ଡି ବ୍ଲକ ଜଗଦଳପୁର ଗ୍ରାମର ମଧ୍ୟଭାଗ ରେ ବିଜେପି କାର୍ଯ୍ୟାଳୟରେ ତରଫରୁ ଓଡିଶା ସରକାରଙ୍କ ଭ୍ରାମ୍ୟମାଣ ଯାନ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହନ୍ତ ଚିନ୍ମୟନନ୍ଦ ଦାଶ ଉକ୍ତ ଆୟୋଜନ ସଭା ପ୍ରସ୍ତୁତ କରିଥିବାବେଳେ ସଭାରେ ବିଜେପି ଜିଲ୍ଲା ସଭାପତି ବିଭୁତିଭୂଷଣ ଜେନା ସମେତ ଅଞ୍ଚଳର ମଣ୍ଡଳ କର୍ମକର୍ତ୍ତା ଏବଂ ସହଯୋଗ କର୍ତା ଯୋଗ ଦେଇଥିଲେ। ଜିଲ୍ଲା ଯୁବମୋର୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ,ଫରେସ ରଥ,ଏନ ରାଜେନ୍ଦ୍ର କୁମାର, କିରଣ କୁମାର ସାହୁ,ଏ.ବାବୁଲା ପାତ୍ର, ନରସିଂହ ସାହୁ, ଦୃର୍ବ ପାତ୍ର, ପ୍ରଭାତ ଷଡ଼ଙ୍ଗୀ, ରାଜୀବ କୁମାର ମିଶ୍ର,ବିକାଶ ପାଣିଗ୍ରାହୀ,ଜଗଦୀଶ ସାହୁ, ସିଦ୍ଧାର୍ଥ ଶଙ୍କର ପଣ୍ଡା,ଆକାଶ ଗୌଡ଼,ସୂର୍ଯ୍ୟମଣି ପାତ୍ର, କେ.ଲକ୍ଷ୍ମଣ ପାତ୍ର, ଶିବ ପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳ ରୁ ଯୁବ ପିଢ଼ିଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଛି l

Advertisement