ବଲାଙ୍ଗୀର,୧୮/୫(ସୁନୀଲ ତ୍ରିପାଠୀ):ଭାରତ ଗ୍ରାମୀଣ ଅଜୀଵିକା ଫାଉଣ୍ଡେସନ (B R L F)ନୂଆଦିଲ୍ଲୀ, ସହାୟତାରେ “ବିକଳ୍ପ” ନାମକ ସଂଗଠନ ତରଫରୁ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଗମୁଣ୍ଡା ପଂଚାୟତର ଲୁହୁରେତ ଗ୍ରାମରେ ଦୁର୍ବଳ, ବୃଦ୍ଧ, ଅକ୍ଷମ,ପ୍ରବାସୀଅସହାୟ ଇତ୍ୟାଦି 3 ଶହ ଲୋକଙ୍କୁ ମଇ 14 ତାରିଖ ଦିନ ରାସନ କିଟ ବଣ୍ଟନ କରାଯାଇଛି | ଆଖ ପାଖ ଗ୍ରାମରେ ମଧ୍ୟ ଏପରି ବଣ୍ଟନ ମଇ ମାସର 17 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି | ଏହି ରାସନ କିଟ ରେ ଚାଉଳ, ଡାଲି, ତେଲ, ଲୁଣ, ମସଲା, ସାବୁନ, ସାନିଟାରୀ ପେଡ ଇତ୍ୟାଦି ଦିଆଯାଇଛି |ଖପ୍ରାଖୋଲର ସ୍ଥାନୀୟ ପ୍ରଶାସନଙ୍କୁ ଅବଗତ କରାଇ ଏହି କାର୍ଯ୍ୟକ୍ରମ ହେଉଥିବା ଜଣାଯାଇଛି |


















