ବଲାଙ୍ଗୀର,୧୮/୫(ବିଶିକେଶନ ବେହେରା):ମା ବାପାଙ୍କ ମନରେ ଅସୁମାରି ସ୍ୱପ୍ନ । ପାଠ ପଢିବ ବଡ଼ ଚାକିରୀ କରିବ ଓ ଆମ ମାନଙ୍କର ନା ରଖିବ । ହେଲେ ଝିଅ ମନରେ ଏସବୁ ର ମାନେ ରଖେ ନାହିଁ । ସେ ଚାହେଁ ଅନ୍ୟ କିଛି, ଯେଉଁଠି ତାଙ୍କୁ ଆତ୍ମ ସନ୍ତୋଷ , ସୁଖ ଆଉ ଶାନ୍ତି । ସେଥି ପାଇଁ ସେ ପିଲାବେଳୁ ଆଗେଇ ଚଳେ ତାର ନିର୍ଦିଷ୍ଟ ଲକ୍ଷ୍ୟ ପଥକୁ ଓ ପାଲଟି ଯାଏ ସମାଜ ସେବୀକା । ନା ଅଛି ମନରେ ଗର୍ବ ନା ଅଛି ଅହଙ୍କାର , ନିଶା ତ ଗୋଟିଏ କେବଳ ସମାଜ ସେବା , ଯେଉଁଠି ତାଙ୍କୁ ମିଳିଯାଏ ଅସରନ୍ତି ଆନନ୍ଦ ।

ଝିଅ ଟି ବୈଶାଖୀ ନନ୍ଦ । ଇଂଜିନିୟର ରେ ସ୍ନାତକ ପଡି ସାରିବା ପରେ ତାଙ୍କୁ ଅନେକ ସ୍ଥାନରୁ ଭଲ ଭଲ ସୁଯୋଗ ମିଲି ଥିଲେ ମଧ୍ୟ ସେ ଏସବୁକୁ ପ୍ରତ୍ୟାଖ୍ୟାନ କରି ସମାଜ ସେବାରେ ବ୍ରତୀ ହୋଇ ସମାଜରେ ଅନଗ୍ରସର ବର୍ଗର ମହିଳା ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସମର୍ପିତ ହୋଇଛନ୍ତି । ମା ଶୁଭଲକ୍ଷ୍ମୀ ନନ୍ଦଙ୍କ ଦ୍ୱିତୀୟ କନ୍ୟା ରତ୍ନ ଲଡୁଗା ପୈତୃକ ଘରକୁ ଛାଡି କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ୱାଡ଼ ନଂ-୧୦ ବାଙ୍ଗଟି ପଡାରେ ଅବସ୍ଥାପିତ ହୋଇ ମହିଳାମାନଙ୍କୁ ସହଯୋଗର ହାତ ବଢାଇ ଚାଲିଛନ୍ତି । ତାଙ୍କ ଭଉଣୀ ବର୍ଷା ନନ୍ଦ ମଧ୍ୟ ଇଂଜିନିୟର କ୍ଷେତ୍ରରେ ଆଗେଇ ଚାଲିଛନ୍ତି। ଏବେ ବୈଶାଖୀ ନନ୍ଦ ପ୍ରାୟ ୬ସହ ଲୋକଙ୍କୁ ସାବୁନ ଓ ମାକ୍ସ ପ୍ରଦାନ କରିଥିବା ବେଳେ କରୋନା ସଂକ୍ରମଣ ବିଷୟରେ ମହିଳାମାନଙ୍କୁ ସଚେତନ କରି ଚାଲିଛନ୍ତି ।

ରାଜନୈତିକ ମଇଦାନରେ ଝାସଦେଇ କଳାହାଣ୍ଡି ଜିଲ୍ଲା ନବ ନିର୍ବାଚିତ ବିଜୁ ଜନତା ଦଳ ର ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ବିଜୁ କଲ୍ୟାଣ ମଣ୍ଡପରେ ଦଳରେ ଯୋଗ ଦେବା ଅବସରରେ ତାଙ୍କ ସହ ବର୍ଷା ନନ୍ଦ , ଅଲିଭା ଦାସ, ପୂଜା ବଗର୍ତ୍ତି, ଝିଲି ଶବର , ସୋନାଲି ତାଣ୍ଡି ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି ଚର୍ଚ୍ଚିତ ଚେହେରା । ଇଂ ବୈଶାଖୀ ନନ୍ଦର କାର୍ଯ୍ୟ କଳାପକୁ ନେଇ ସମଗ୍ର ଜିଲ୍ଲାରେ କଳ୍ପନା ଜଳ୍ପନା ଲାଗିରହିଛି ।


















