Friday, November 6, 2026
ADVERTISEMENT
Home ଆଞ୍ଚଳିକ ଲକଡାଉନ ଯୋଗୁଁ ଫସିରହିଥିବା ପ୍ରବାସୀଙ୍କୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଲକଡାଉନ ଯୋଗୁଁ ଫସିରହିଥିବା ପ୍ରବାସୀଙ୍କୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

394
ADVERTISEMENT

କନ୍ଧମାଳ,୧୮/୫(ସୁରେଶ କୁମାର ପଣ୍ଡା):କରୋନାର ମୁକାବିଲା ପାଇଁ ସାରାଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି,କେନ୍ଦ୍ର ଓ ରାଜ୍ୟ ଉଭୟ ଘୋଷଣା କରିଥିଲେ ରହି ଯାଇଥିବା ପ୍ରବାସୀଙ୍କୁ ନିଜ ଗ୍ରାମକୁ ଫେରେଇ ଆଣିବା ପାଇଁ I ଏପରି ଅବସ୍ଥାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ୭୬ଜଣ ମଧ୍ୟ ପ୍ରଦେଶର ପ୍ରବାସୀ ରହି ଯାଇଥିଲେ ଏମାନଙ୍କ ରକ୍ଷଣ ବେକ୍ଷଣ ପ୍ରଶାସନ ଦ୍ୱାରା ଖାଇବା ରହିବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି ପ୍ରବାସୀଙ୍କ ନିଜ ରାଜ୍ୟକୁ ଫେରିବା ନିମନ୍ତେ କନ୍ଧମାଳ ଜିଲ୍ଲାପାଳ ଡ଼ି ବୃନ୍ଦାଙ୍କୁ ଜଣାଇଥିଲେ, ଜିଲ୍ଲାପାଳ ପାସ ଦେବାସହ ୨ଟିର ଗାଡ଼ିର ମଧ୍ୟ ପରମିଟ ବ୍ୟବସ୍ଥା କରିଥିଲେI ଏଥିରେ ବାଲିଗୁଡ଼ା ଏନଏସି ଅଧକ୍ଷ ଲୋକନାଥ ପାଢ଼ୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ବନବାସୀ ସେବାସମିତି ସମ୍ପାଦକ ରବୀନ୍ଦ୍ର ପଣ୍ଡା, ଶାନ୍ତି ମୈତ୍ରୀ ସମ୍ପାଦକ ଭଗବାନ ଜେନା, ଗାୟତ୍ରୀ ପରିବାର ସଭାପତି ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଯୋଗଦେଇ ସବୁଜ ପତାକା ଦେଖାଇ ବିଦାୟ ଦେଇଥିଲେ I

Advertisement