Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାରୁ ପୁରୀ ଜିଲ୍ଲାକୁ ଚୋରା ଦେଶୀ ମଦ ଚାଲାଣ ବେଳେ ପୋଲିସର ଚଢ଼ାଉ !

ଗଞ୍ଜାମ ଜିଲ୍ଲାରୁ ପୁରୀ ଜିଲ୍ଲାକୁ ଚୋରା ଦେଶୀ ମଦ ଚାଲାଣ ବେଳେ ପୋଲିସର ଚଢ଼ାଉ !

ଟ୍ରାକ୍ଟର,ଡଙ୍ଗା, ବାଇକ ,ମୋବାଇଲ ସମେତ ଆଠ ଗିରଫ

389
ADVERTISEMENT

ରମ୍ଭା,୧୮/୫( ଡ଼ି.ଏଚ ବ୍ୟୁରୋ ):ଗୋଟେ ପଟେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖା ବୃଦ୍ଧି ହେବାରେ ଲାଗିଛି ।ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାର ସୀମାକୁ ସିଲ କରିଛନ୍ତି ।ଗଞ୍ଜାମ-ପୁରୀ ଜିଲ୍ଲା ମଧ୍ୟ ସିଲ ହୋଇଛି ।ତଥାପି ଗଞ୍ଜାମ ଜିଲ୍ଲାରୁ ପୁରୀଜିଲ୍ଲାକୁ ଅଧିକାଂଶ ପରିମାଣରେ ଚୋରା ଦେଶୀ ମଦ କାରବାର ଚାଲାଣ ହେବାରେ ଲାଗିଛି ।ଗତ କିଛି ଦିନ ତଳେ ଚୋରା ମଦ ଗଞ୍ଜାମ ଜିଲ୍ଲାରୁ ରମ୍ଭା ଥାନା ଇଲାକା ଦେଇ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଯାଉଥିବା ବେଳେ କଣ୍ଟାପଡା ଛକ ଠାରେ ଚୋରା ମଦ ଆସୁଥିବା କାରକୁ କାବୁ କରିବାରେ ରମ୍ଭା ପୋଲିସ ସଫଳ ହୋଇଥିଲା ।ମଦ ବ୍ୟବସାୟୀମାନଙ୍କର ଗଞ୍ଜାମ ଜିଲ୍ଲା ସିଲ ହେବା ଫଳରେ ବ୍ୟବସାୟୀ ମାନଙ୍କର ସବୁ ରାସ୍ତା ବନ୍ଦ ହୋଇ ଯାଇଥିଲା ।
କିନ୍ତୁ ଏବେ ମାଷ୍ଟର ମାଇଣ୍ଡ ମଦ ବ୍ୟବସାୟୀମାନେ ନୂଆ ରାସ୍ତା ଖୋଜି ପାଇଛନ୍ତି । ଚିଲିକା ହ୍ରଦ ଜଳପଥ ଦେଇ ପୁରୀ ଜିଲ୍ଲାକୁ ଚୋରାମଦ ପହଞ୍ଚାଇବାରେ ଲାଗିଛନ୍ତି । ଗତ ତିନି ଦିନ ଭିତରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ଥାନା ଚିଲିକା ହ୍ରଦ ଦେଇ ନେବାକୁ ଯାଉଥିବା ହଜାର ହଜାର ଲିଟରର ଚୋରା ଦେଶୀ ମଦ ରମ୍ଭା ପୋଲିସ କାବୁ କରିବାରେ ସକ୍ଷମ ହୋଇଛି ।ଗତ କାଲି ଅପରାହ୍ନ ସମୟରେ ଚୋରା ଦେଶୀ ମଦ ରମ୍ଭା ଥାନା ଇଲାକା ଦେଇ ଏକ ଟ୍ରାକ୍ଟର ବୋଝେଇ ହୋଇ ଚିଲିକା କୂଳକୁ ଆଣୁଥିଲେ ।ପରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକକୁ ଚିଲିକା ହ୍ରଦ ମଧ୍ୟ ଦେଇ ଏକ ଡଙ୍ଗା ସାହାର୍ଯ୍ୟରେ ନେଇଥାନ୍ତେ ।ରମ୍ଭା ଥାନା ଆଇଆଇସି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ କୌଣସି ପ୍ରକାର ଖବର ପାଇ ଏ.ଏସ.ଆଇ ସଂଗ୍ରାମ ଦେଓରି,ଏଏସଆଇ ସୋମନାଥ ମହାରଣା,ଏଏସଆଇ ଦିଲ୍ଲୀପ କୁମାର ସାମଲ,ଚତୁର ପୋଲିସ ଡ୍ରାଇଭର କ୍ଷମରାଜ ଅଧିକାରୀ,ପ୍ରମୋଦ ନାୟକ ଘଟଣା ସ୍ଥଳରେ ପହଞ୍ଚି ଦୁଇ ହଜାର ଲିଟର ଚୋରା ଦେଶୀ ମଦ ସହ ଆଠ ଜଣଙ୍କୁ ଗିରଫ କରି ତାଙ୍କ ପାଖରେ ଥିବା ଏକ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଯାନ୍ତ୍ରିକ ଡଙ୍ଗା,ପ୍ରାୟ ଆଠ ଲକ୍ଷ ଟଙ୍କାର ଟ୍ରାକ୍ଟର(OD07R0214),ପଲସର ବାଇକ(OD02AU3468) ,କିଛି ମୋବାଇଲ ଜବତ କରି କେଶ ନଂ ୧୪୮/୨୦୨୦ ମାମଲା ରୁଜ୍ଜୁ କରି ଏଚ.ବୁରୁଡ଼ି ଗ୍ରାମର ପ୍ରମୋଦ କୁମାର ଦଳେଇ,ଧର୍ମଶରଣପୁର ଗ୍ରାମର ମନୋଜ ନାହାକ,ମଧୁରଚୁଆର ଅଙ୍ଗଦ ନାହାକ,ଏ. ନରସିଂହ ନାହାକ,ଏ.ଅର୍ଜ୍ଜୁନ ନାହାକ,ରମ୍ଭାର ପ୍ରଦୀପ ସେଠୀ,ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର କ୍ଷୀରି ସାହିର ଜାଙ୍କିଲ ବେହେରା,ରାଜା ବେହେରାଙ୍କୁ ଆଜି ସକାଳ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ଜଣାଯାଇଛି ।ଗତ ତିନି ଦିନ ତଳେ ଖୋର୍ଦ୍ଧା ଜିଲ୍ଲାରୁ ଏକ ଯନ୍ତ୍ର ଚାଳିତ ଡଙ୍ଗାରେ ରମ୍ଭା ପାନ୍ଥ ନିବାସ ଜେଟି ଠାରୁ ଏକ ହଜାର ଚୋରା ଦେଶୀ ମଦ ନେଉଥିବା ବେଳେ ରମ୍ଭା ପୋଲିସ ଖବର ପାଇ ଏକ ହଜାର ଲିଟର ଚୋରା ମଦ ଜବତ କରିବା ସଙ୍ଗେ ଏକ ଯାନ୍ତ୍ରିକ ଡଙ୍ଗା ସହ ଛଅ ଜଣଙ୍କୁ ଗିରଫ କରି ଗତ କାଲି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।

Advertisement