ଖଜୁରୀପଡ଼ା,୧୮/୫(ଅନନ୍ତ କୁମାର ଦିଗାଲ):କନ୍ଧମାଳ ଜିଲ୍ଲା ପ୍ରବେଶ ପଥରେ ପ୍ରବାସୀ ଓଡ଼ିଆ ଙ୍କ ପ୍ରବେଶ ଜାରି ରହିଥିବା ବେଳେ ପ୍ରସାସନ ତରଫରୁ ସେମାନଙ୍କୁ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କୋଭିଡ୧୯ ଆମ୍ବୁଲାନ୍ସ ଯୋଗେ ନିଆଯାଉଥିବା ବେଳେ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ପ୍ରଦାନ କରାଯାଉଛି।ଗତକାଲି କଲିକତା ଚେନ୍ନାଇ ଏବଂ ଛତିଶଗଡ଼ ରୁ ୧୪ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଥିବା ବେଳେ ପ୍ରସାସନ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର ପିଇଓ ସୁନିଲ କୁମାର ବେହେରା ସରପଂଚ ରଂଜନ କୁମାର କହଁର ଗୌରଚନ୍ଦ୍ର ମଲିକ ପ୍ରମୁଖ ଖଜୁରୀପଡ଼ା ନାକା ପୋଷ୍ଟ ରେ ସ୍ୱାଗତ କରି ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କୁ କୋଭିଡ୧୯ ଆମ୍ବୁଲାନ୍ସ ଯୋଗେ ନେବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରୀ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିବା ସୁଚନା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର ପ୍ରଦାନ କରିଛନ୍ତିI

















