ରାଇରଙ୍ଗପୁର: ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳିରେ ଦୁଇ ଭାଇ ଆହତ

188
ADVERTISEMENT

ରାଇରଙ୍ଗପୁର, ୮/୭ (ଡି.ଏଚ.ବି): ସୋମବାର ସକାଳେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ସହରର ଲିଙ୍କ୍‌ ରୋଡ୍‌ ଠାରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳି ଚୋଟରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଦୁଇ ଭାଇ ଦୟାଶଙ୍କର ଏବଂ ଗୌରୀଶଙ୍କର । ଧାନ ବେପାର କରୁଥିବା ଦୁଇ ଭାଇ ଲିଙ୍କ୍‌ରୋଡ୍‌ରେ ଥିବା ତାଙ୍କ ଧାନଗୋଦାମରେ ଥିଲେ। ସକାଳ ପ୍ରାୟ ୭:୩୦ରେ ଅଜ୍ଞାତ ଜଣେ ଦୁର୍ବୃତ୍ତ ଦେଶୀ ପିସ୍ତଲରୁ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଦୟାଶଙ୍କରଙ୍କର ଛାତି ଏବଂ ଗୌରୀଶଙ୍କର କାନ୍ଧରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନା ନିଆଯାଇଥିଲା । ଅଧିକ ଚିକିତ୍ସା ପାଇଁ ସେଠାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଛି।


Advertisement