Friday, November 6, 2026
ADVERTISEMENT
Home ଆଞ୍ଚଳିକ ଖଜୁରୀପଡ଼ା ଏଟିଏମରେ ୫୦୦ଟଙ୍କିଆ ନୋଟ ବଦଳରେ ମିଳୁଛି ୫ଟଙ୍କା

ଖଜୁରୀପଡ଼ା ଏଟିଏମରେ ୫୦୦ଟଙ୍କିଆ ନୋଟ ବଦଳରେ ମିଳୁଛି ୫ଟଙ୍କା

1003
ADVERTISEMENT

ଖଜୁରୀପଡ଼ା, ୧୭/୫(ଅନନ୍ତ କୁମାର ଦିଗାଲ):ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ଏଟିଏମ ରେ ଦେଖିବାକୁ ମିଳିଛି ଅଦ୍ଭୁତ ତ୍ରୁଟି।ଅଭିଯୋଗ ଅନୁଯାୟୀ ଖଜୁରୀପଡ଼ା ଷ୍ଟେଟବ୍ୟାଂକ ଏଟିଏମ ରୁ ଗତ ୬ ତାରିଖରେ ରଣପାଟୁଳି ଗ୍ରାମ ର ଅଜୟ କୁମାର ସାହୁ ଏଟିଏମ ରୁ ୫ ହଜାର ଟଙ୍କା ଉଠାଣ କରିଥିବା ବେଳେ ୯ ଗୋଟି ୫ ଶହ ଟଙ୍କିଆ ନୋଟ୍ ଆସିଥିବା ବେଳେ ଗୋଟିଏ ୫ ଟଙ୍କିଆ ନୋଟ୍ ଆସିଥିଲା।

ଅଜୟ ଟଙ୍କା ଗଣିବା ପରେ ୪ ହଜାର ୫ ଶହ ୫ ଟଙ୍କା ରହିଥିବା ଦେଖି ବ୍ୟାଙ୍କ ମ୍ୟାନେଜର ଙ୍କୁ ଅଭିଯୋଗ କରିବା ପରେ ମ୍ୟାନେଜର ଙ୍କ ପରାମର୍ଶ ଅନୁଯାୟୀ ଅନଲାଇନ୍ ଅଭିଯୋଗ ମଧ୍ଯ କରିଥିଲେ।କିନ୍ତୁ ଏଯାଏଁ ଏଟିଏମ କତ୍ରୁପକ୍ଷ ସମସ୍ୟା ସମାଧାନ କରିନଥିବା ନେଇ ଅଜୟ କୁମାର ସାହୁ କ୍ଷୋଭର ପ୍ରକାଶ କରିବା ସହ ଭବିଷ୍ଯତ ରେ ଯେଭଳି ଅନ୍ୟ ଗ୍ରାହକ ଙ୍କ ସମସ୍ୟା ନହୁଏ ସେଥିପ୍ରତି କତ୍ତୃପକ୍ଷ ଧ୍ଯାନ ଦେବାକୁ ଦାବୀ କରିଛନ୍ତି I

Advertisement