Friday, September 18, 2026
ADVERTISEMENT
Home କନ୍ଧମାଳ ଅସୁସ୍ଥଙ୍କ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ୍

ଅସୁସ୍ଥଙ୍କ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ୍

562
ADVERTISEMENT

ଖଜୁରୀପଡ଼ା,୧୫-୫(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଦଳପଡ଼ା ଗ୍ରାମପଞ୍ଚାୟତ ପ୍ରଧାନପଡ଼ା ଗ୍ରାମରେ କୂଅରୁ ଦୂଷିତ ପାଣି ପାଇଁ ଅସୁସ୍ଥ ହୋଇଥିବା ଲୋକଙ୍କୁ ଗତକାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖଜୁରୀପଡ଼ାରେ ଚିକିତ୍ସା କରାଯାଇଥିବା କିଛି ଅସୁସ୍ଥ ଭଲହେବା ପରେ ଘରକୁ ଫେରିଥିଲେ ମଧ୍ଯ ଦୁଇ ଅସୁସ୍ଥ ମେଡିକାଲରେ ଚିକିତ୍ସିତ ହେଉଥିବା ସୁଚନା ରହିଛି। ଗତକାଲି ଜିଲ୍ଲା ପ୍ରସାସନ ଏବଂ ମେଡିକାଲ ଟିମ୍ ପହଞ୍ଚି ଘଟଣା ର ସମସ୍ତ ତଥ୍ଯ ସଂଗ୍ରହ କରି କୂଅପାଣି କୁ ପରୀକ୍ଷା ପାଇଁ ନେଇଥିବା ବେଳେ ଆଜି ମଧ୍ଯ ଜିଲାମୁଖ୍ୟ ଚିକିତ୍ସାଳୟ ଡାକ୍ତର ବ୍ରଜକିଶୋର ଜେନାଙ୍କ ସହ ମୋବାଇଲ୍ ହେଲଥ ୟୁନିଟ ଡାକ୍ତର ଟିମ୍ ପହଞ୍ଚି ଘଟଣର ଅନୁଧ୍ଯାନ କରିଛନ୍ତି। ସେହିଭଳି ସ୍ଥାନୀୟ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ସରପଂଚ ରଂଜନ କୁମାର କହଁର ଜଳ ପରିମଳ ଅଧିକାରୀ ମନୋଜ କୁମାର ଦାସ ପ୍ରମୁଖ ପହଞ୍ଚିବା ସହ ସମସ୍ତ କୂଅକୁ ବ୍ଲିଚିଂ କରି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ସୁଚନା ଜଳ ପରିମଳ ବିଭାଗ ତରଫରୁ ମନୋଜ କୁମାର ଦାସ ସୁଚନା ପ୍ରଦାନ କରିଛନ୍ତି I

Advertisement