Thursday, November 5, 2026
ADVERTISEMENT
Home ଗଞ୍ଜାମ ଦିଗି ସଂଗରୋଧ କେନ୍ଦ୍ରରେ ପ୍ରଧାନ ଶିକ୍ଷ୍ଯକଙ୍କ ଯୋଗ ଶିକ୍ଷ୍ୟା

ଦିଗି ସଂଗରୋଧ କେନ୍ଦ୍ରରେ ପ୍ରଧାନ ଶିକ୍ଷ୍ଯକଙ୍କ ଯୋଗ ଶିକ୍ଷ୍ୟା

335
ADVERTISEMENT

କୋଦଳା,୧୨-୦୫(ସୂର୍ଯ୍ୟ ନାରାୟଣ ବୁଡୁ): ମର୍ଦ୍ଦମେଖ ପଂଚାୟତର ଅନ୍ୟତମ ସଂଗରୋଧ କେନ୍ଦ୍ର ବେଲଝରି ଉ.ପ୍ରା ବିଦ୍ୟାଳୟରେ ଥିବା ୪୩ ଜଣ ଅନ୍ତେବାସୀଂକ ମନରେ ଆଜି ଅଫୁରଂତ ଆନ୍ଦ ସଂଚରିଯାଇଛି।ପୂର୍ବ ଘୋଷଣା ମୁତାବକ ଆଜି ସକାଳ ୬ ଘଣ୍ଟା ସମୟ ରେ ପହଂଚିଥିଲେ ଯୋଗ ଶିକ୍ଷ୍ୟକ ତଥା ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷ୍ୟକ ପ୍ରଭାତ କୁମାର ମିଶ୍ର।ଅନ୍ତେବାସୀ ମାନଂକୁ ସମ୍ମିଳିତ ଯୋଗାଭ୍ୟାସ କରାଇଲା ପରେ ‘କରୋନା’ସମ୍ପର୍କିତ ଉପାଦେୟ କାଉନ୍ସିଲିଂ କରିବା ସହିତ ଶ୍ରୀଜଗନ୍ନାଥ ତତ୍ତ୍ଵ ଉପରେ ଦୀକ୍ଷାନ୍ତ ପ୍ରବଚନ ଦେଇଥିଲେ l ଆପ୍ନା ହାତ୍ ଜଗନ୍ନାଥ”ରୁ ସାଧୁବାଣି ର ଖିଅ ବାହାର କରି ଶ୍ରମର ମର୍ଯ୍ୟାଦା ଉପସ୍ଥାପନ କରି ଅନ୍ତେବାସୀ ମାନଂକ ମନୋବଳ ବଢ଼ାଇବା ସହିତ,ଏହି କରୋନା କାଳରେ ନିଜନିଜ ର ଆଧ୍ୟାତ୍ମିକ ଫାଇଦା ଉଠାଇବା ପାଇଁ ଉତ୍ସାହିତ କରିଥିଲେ।ଉଦାହରଣ ସ୍ଵରୁପ-ତଂବାକୁ/ମଦ୍ୟ ସଂଗରୋଧ ରେ ନିଜ ନିଜ ସ୍ଵାସ୍ଥ୍ୟ ପାଇଁ ନିଷିଦ୍ଧ ହୋଇଥିବା ବେଳେ ଏଗୁଡ଼ିକ ଏବେ ଦୁର୍ଲଭ ଓ ଉଚ୍ଚ ଦର ର ହୋଇଛି।ସୁତରାଂ ପ୍ରତିଜ୍ଞା ପୂର୍ବକ ଏହି ଅଭ୍ୟାସ ଛାଡ଼ିବାକୁ ସେ ସମସ୍ତଂକୁ ପ୍ରବର୍ତାଇ ଥିଲେ। ଜିଇଁ ଥାଇ ଯାଇ ତାଇ -ଅଥବା ପ୍ରଭୁଂକ ପାଇଁ ଦ୍ଵନ୍ଦ୍ଵ ରୁ ଦ୍ଵିତୀୟ ଟି କୁ ପସନ୍ଦ କରିବା ସହିତ ସଂଗରୋଧ ସେମାନଂକ ପାଇଁ ଏକାଧାରରେ ଉଭୟ ପ୍ରାୟଶ୍ଚିତ ଓ ସାଧନାର କେନ୍ଦ୍ର ହେଲା ବୋଲି ମତ ପ୍ରକାଶ ପାଇବା ସହିତ ସରପଞ୍ଚ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।

Advertisement