କର୍ଣ୍ଣାଟକ ସରକାର ସଂକଟ: ଜୁଲାଇ ୧୨ରେ ଆସିବ ସ୍ପଷ୍ଟ ଚିତ୍ର

254
ADVERTISEMENT

ବେଙ୍ଗାଲୁର,୭/୭ (ଡି.ଏଚ.ବି) : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରରୁ ୧୨ ଜଣ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ଏବେ ସଂକଟରେ । ତେବେ, ଏ ସଂପର୍କରେ ବୟାନ ଦେଇ କଂଗ୍ରେସର ଷ୍ଟେଟ୍‌-ଇନ୍‌-ଚାର୍ଜ ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି କି ଦଳ ଏବେ ବି ବିଦ୍ରୋହୀ ବିଧାୟକମାନଙ୍କ ସହ ଯୋଗାଯୋଗରେ ଅଛି ଓ ସେମାନଙ୍କୁ ଶାନ୍ତ କରିବାକୁ ଉଦ୍ୟମ ଜାରି ରଖିଛି। ଏହାର ସ୍ପଷ୍ଟ ଚିତ୍ର ଆସନ୍ତା ୧୨ ତାରିଖ ଦିନ ବିଧାନସଭା ସେସନ୍‌ରେ ଜଣାପଡ଼ିଯିବ ବୋଲି ସେ କହିଛନ୍ତି । ରାଜ୍ୟରେ ପରିସ୍ଥିତି ଭୟାବହ ହେବାକୁ ଖର୍ଗେଙ୍କୁ ଶନିବାର କର୍ଣ୍ଣାଟକ ଅଣାଯାଇଛି । ଉଲ୍ଲେଖଯୋଗ୍ୟ, ଗତକାଲି ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଚାଟେର୍ଡ ବିମାନରେ ମୁମ୍ବାଇ ନିଆଯାଇଥିଲା। ବିଦ୍ରୋହୀ ବିଧାୟକମାନଙ୍କ ସଂପର୍କରେ ଜେଡିଏସ୍‌ ମୁଖ୍ୟ ଏଚ୍‌କେ କୁମାରସ୍ୱାମୀ କହିଥିଲେ କି, ‘ସେମାନେ ବାଚସ୍ପତିଙ୍କୁ ସେମାନଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଉଚିତ ସମୟରେ ବାଚସ୍ପତି ଏ ଉପରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ପାଇଁ ସରକାର ସୁରକ୍ଷିତ ଅଛି। ସେମାନେ ସମସ୍ତେ ଆମ ପାଖକୁ ଫେରି ଆସିବେ।

Advertisement