Friday, November 6, 2026
ADVERTISEMENT
Home ଆଞ୍ଚଳିକ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର, ସ୍ଥାନ ନିର୍ଣ୍ଣୟ ନିମନ୍ତେ ୩ଟି ଥାନା ପୋଲିସଙ୍କ ଘଟଣାସ୍ଥଳରେ...

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର, ସ୍ଥାନ ନିର୍ଣ୍ଣୟ ନିମନ୍ତେ ୩ଟି ଥାନା ପୋଲିସଙ୍କ ଘଟଣାସ୍ଥଳରେ ଅନୁସନ୍ଧାନ

288
ADVERTISEMENT

ବ୍ରହ୍ମପୁର, ୧୧.୫ (ଇଂ ରଂଜନ):ପ୍ରାନ୍ତରେ ଥିବା ବ୍ରଜନାଗର ନିକଟସ୍ଥ ଦୂରଦର୍ଶନ କେନ୍ଦ୍ର ପଛପାର୍ଶ୍ୱ ରେ ପଞ୍ଚାନନନଗର ଅଞ୍ଚଳରୁ ସୋମବାର ସୂର୍ଯ୍ୟଉଦୟ ପୂର୍ବରୁ ଜଣେ ପରିତ୍ୟକ୍ତI ମହିଳାର ଶବ ଉଦ୍ଧାର କରିଛି I ବୈଦନାଥପୁର ପୋଲିସ I ମହିଳା ଜଣକ ରଶ୍ମି ମେହେର(୩0)ତାଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ ଥିବା ପୋଲିସ ଟାଉନ ଥାନା ଏସଆଇ ସୂଚନା ଦେଇଥିବା ସଙ୍ଗେ ମହିଳା ଫୁଲବାଣୀ ଅଞ୍ଚଳରୁ ବୋଲି ସୂଚନା ଦେଇଛନ୍ତିI ଘଟଣାର ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ ତା ସ୍ୱାମୀ ଦୀର୍ଘଦିନ ଧରି ଛାଡି ଅନ୍ୟତ୍ର ରହୁଥିବା ବେଳେ ରବିବାର ସନ୍ଦ୍ୟାରେ ଆସି ଘରେ ଝଗଡା କରିଥିଲେ l ସୋମବାର ସକାଳ ସମୟରେ ତାଙ୍କ ପିଲାମାନେ ସକାଳୁ ଦେଖିଥିବା ପରେ ଅସହାୟ ମା ର ମୃତ ଦେହ ଦେଖି ପିଲା ମାନେ ସାହି ବାସିନ୍ଦା ଙ୍କୁ ଖବର ଦେଇଥିଲେ ପରେ ବ୍ରହ୍ମପୁର ସଦରଥାନା କୁ ଅବଗତ କରିଥିଲେ ପୋଲିସ ଆସି ଅଞ୍ଚଳକୁ ନେଇ ସନ୍ଧେହ କରି ଚାଲିଯାଇଥିବା ବେଳେ ସେହି ସ୍ଥାନକୁ ବ୍ରହ୍ମପୁର ଟାଉନ ପୋଲିସ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ ମହିଳାର ସ୍ୱାମୀ ତଣ୍ଟିଚିପି ହତ୍ୟାକରିଥିବା ସନ୍ଧେହ କରିଥିଲେ l ପରେ ରାଜସ୍ୱ ବିଭାଗ ତରଫରୁ ସେହି ଅଞ୍ଚଳଟି ଗୋଇଲୁଣ୍ଡି ରେ ରହିଥିବା ସୂଚନା ପରେ ବୈଦନାଥ ପୁର ପୋଲିସ ଆସି ଶବ ବ୍ୟବଛେଦ ନିମନ୍ତେ ପଠେଇଥିଲେ I

Advertisement