

ମୋହନା,୧୧-୦୫(ମୋହନ ଗୌଡ଼):ଗଞ୍ଜାମକୁ ସୁରଥରୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟି ବାରେ ଲାଗିଛି ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋରାନା ପଜିଟିଭ ସଂଖ୍ୟା ବଡିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଏସପି ସାରା ଶର୍ମାଙ୍କ ନିର୍ଦେଶକ୍ରମେ କମଳାପୁରୁ ଛକ ନିକଟରେ ରହିଥିବା ଚେକ ପଏଣ୍ଡକୁ ରା ଉଦୟଗିରି ଏସଡିପିଓ ଅଶୋକକୁମାର ମହାନ୍ତି ମୋହନା ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ତହସିଲଦାର କଲ୍ୟାଣୀ ସଂଘମିତ୍ରାଦେବୀ ବିଡ଼ିଓ ବଂଶୀଧର ଖୋସଲା ଆଇଆଇସି ସୁଜିତ କୁମାର ନାୟକଙ୍କ ଉପସ୍ଥିତରେ ଗଜପତି ଗଞ୍ଜାମ ସୀମାକୁ ସିଲ କରାଯାଇଛି ଏଥିସହ ଯାଞ୍ଚ କଡାକଡି କରିବା ପାଇଁ ନିର୍ଦେଶ ଦିଆଯାଇଛି ଓ କାମ ନଥାଇ ଗଜପତି ରୁ ଗଞ୍ଜାମ ଓ ଗଞ୍ଜାମରୁ ଗଜପତିକୁ ହୋଉଥିବା ଲୋକଙ୍କୁ ଦୃଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ୨୧ଦିନ କ୍ୱାରେଣ୍ଟଇନରେ ରଖାଯିବବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


















