Thursday, October 8, 2026
ADVERTISEMENT
Home ଗଜପତି ଗଜପତି ପୋଲିସଙ୍କୁ ସମ୍ବର୍ଦ୍ଧନା

ଗଜପତି ପୋଲିସଙ୍କୁ ସମ୍ବର୍ଦ୍ଧନା

205
ADVERTISEMENT

ପାରଳାଖେମୁଣ୍ଡି,୧୧-୦୫(ପ୍ରଭାତ କୁମାର ପାତ୍ର):ଆଜି ମାତୃଦିବସ ଏହି ଅବସରରେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଓ ପୋଲିସ କର୍ମଚାରୀ ମାନଙ୍କୁ ପାରଳାଖେମୁଣ୍ଡି ୱାର୍ଡ଼ନଂ-୪ ମହିଳା ମାନଙ୍କୁ ତରଫରୁ ସମ୍ବର୍ଦ୍ଧନା କରାଇଛନ୍ତି। ୱାର୍ଡ଼ନଂ-୪ ଲକ୍ଷ୍ମୀ ନଗରର ମହିଳା ମାନେ ମାତୃଦିବସକୁ ପାଳନ କରିଥାନ୍ତି। କରୋନା ଆତଙ୍କରେ ଏହି ଜନସାଧାରଣଙ୍କୁ ଦିବା ରାତ୍ର ସେବା ଓ ସୁରକ୍ଷା ପ୍ରଦାନ କରିବା ସହ ବିଭିନ୍ନ ସଚେତନ ଦ୍ଵାରା ଲୋକଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ଗଜପତି ପୋଲିସ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କୁ ଲକ୍ଷ୍ମୀ ନଗରର ମହିଳା ମାନେ ଆଜି ସମ୍ବର୍ଦ୍ଧନା ଞାପନ କରିଛନ୍ତି। ମହିଳା ମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସମେତ ଅନ୍ୟ କେତେକ ପୋଲିସ କର୍ମଚାରୀଙ୍କୁ ମିଷ୍ଟାନ୍ନ ଖୁଆଇ ଫୁଲତୋଡା ପ୍ରଦାନ କରି ବନ୍ଦାପନା କରିବା ସହ ଦିର୍ଘୟୁ କାମନା କରିଥିଲେ।

Advertisement