ADVERTISEMENT
Home ଆଞ୍ଚଳିକ ରଥଯାତ୍ରା ପ୍ରସଙ୍ଗ: ଗଜପତିଙ୍କ ସହ ଆଲୋଚନା କଲେ ଦଇତାପତି

ରଥଯାତ୍ରା ପ୍ରସଙ୍ଗ: ଗଜପତିଙ୍କ ସହ ଆଲୋଚନା କଲେ ଦଇତାପତି

329
ADVERTISEMENT

ପୁରୀ,୨।୫(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣର ଅନୁକୂଳ ହୋଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ନାହିଁ। ରଥଯାତ୍ରାକୁ ନେଇ ଏମିତି ଆଶଙ୍କା ଲାଗି ରହିଥିବା ବେଳେ ଶୁକ୍ରବାର ରାତିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଦଇତାପତି ସେବକ ଆଲୋଚନା କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ ଦଇତାପତିମାନେ ରଥଯାତ୍ରା ଆୟୋଜନ କରିବା ଲାଗି ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି। ରଥଟଣା ଭିତରେ ରଥଯାତ୍ରା ହେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉ। ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏହାର ସମାଧାନ ବାଟ ବାହାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ଯେହେତୁ ପୁରୀ ଗ୍ରୀନ୍‌ ଜୋନ୍‌ରେ ରହିଛି ତେଣୁ ରଥଯାତ୍ରା ଆୟୋଜୋନ କରାଯାଇପାରିବ ବୋଲି ସେବକମାନେ ପ୍ରସ୍ତାବ ରଖିଛନ୍ତି।

Advertisement