Thursday, November 5, 2026
ADVERTISEMENT
Home ଆଞ୍ଚଳିକ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ହେବ ଜିଲାପାଳ: ଗ୍ରୀନ୍‌ ଜୋନ୍‌ରେ ଗଞ୍ଜାମ

ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ହେବ ଜିଲାପାଳ: ଗ୍ରୀନ୍‌ ଜୋନ୍‌ରେ ଗଞ୍ଜାମ

396
ADVERTISEMENT

ଛତ୍ରପୁର, ୨।୫(ବ୍ୟୁରୋ): ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି, କରୋନା ମୁକାବିଲାକୁ ପାଇଁ । ତେବେ ଏହି ସମୟରେ ଗ୍ରୀନ, ଅରେଞ୍ଜ, ରେଡ ଜୋନ୍‌ ପାଇଁ ଗାଇଡଲାଇନ୍‌ ଅଲଗା ରହିଛି। ଗ୍ରୀନ ଜୋନ୍‌ ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନରେ କେତେକ କୋହଳ କରାଯାଇଛି। ଗଞ୍ଜାମ ଜ଼ିଲା ଗ୍ରୀନ ଜୋନରେ ରହିଥିବାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ତଥା ଜାରି ହୋଇଥିବା ଗାଇଡଲାଇନର ସମସ୍ତ ନିୟମଲାଗୁ ହେବ ବୋଲି ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗ୍ରୀନ ଜୋନ୍‌ର ପ୍ରତିଟି ନିୟମକୁ ବଳବତ୍ତର ରଖାଯାଇଛି। ତେବେ ଏସବୁ ସତ୍ତ୍ୱେ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି । ଯେଉଁଠି ଏହା ନ ଥିବ ଉକ୍ତ ଦୋକାନ ଓ ସୁବିଧା ବନ୍ଦ କରିଦିଆଯିବ। ସରକାରଙ୍କ ଗାଇଡଲାଇନ ଅନୁସାରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ଥିବା ସକାଳ ୭ ଟା ରୁ ୧୨ ଦୋକାନ ଖୋଲିବା ନିୟମକୁ ବାତିଲ କରାଯାଇଥିବା ଜିଲାପାଳ କହିଛନ୍ତି।କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ସକାଳ ୭ ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ। ତେବେ ମଦ, ପାନ ଦୋକାନ ଖୋଲିବ କି ନାହିଁ ପଚାରିବାରୁ ଗାଇଡଲାଇନ ପ୍ରସ୍ତୁତ ହେବ ବୋଲି ଜ଼ିଲାପାଳ କହିଛନ୍ତି। ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଓ ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ କଟକଣା ପୂର୍ବଭଳି ରହିବ ବୋଲି ସେ କହିଛନ୍ତି।

Advertisement