Thursday, September 24, 2026
ADVERTISEMENT
Home ଆଞ୍ଚଳିକ ମାନୁନାହାନ୍ତି ଲୋକେ ପ୍ରଶାସନ ନିର୍ଦ୍ଦେଶକୁ: ପୋଲିସ ଅମାନିଆଙ୍କୁ ଆମ୍ବୁଲାନ୍ସରେ ଉଠାଇ ନେଉଛି

ମାନୁନାହାନ୍ତି ଲୋକେ ପ୍ରଶାସନ ନିର୍ଦ୍ଦେଶକୁ: ପୋଲିସ ଅମାନିଆଙ୍କୁ ଆମ୍ବୁଲାନ୍ସରେ ଉଠାଇ ନେଉଛି

308
ADVERTISEMENT

ଝାରସୁଗୁଡ଼ା,୨।୫(ବ୍ୟୁରୋ): ଝାରସୁଗୁଡା ଜିଲା ବ୍ରଜରାଜନଗର ମୁନିସିପାଲିଟି ଅଧୀନ ବୁଢ଼ୀଜାମରେ ଗତ ବୁଧବାର ଜଣେ ଯୁବତୀଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡିଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ମୁନିସିପାଲିଟିର ବୁଢ଼ୀଜାମ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଥିଲା। ଏହି ଜୋନ୍‌ରେ ଲୋକଙ୍କୁ ବାହାରକୁ ବାହାରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ହେଲେ ଏହି ଅଞ୍ଚଳରେ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ମାନୁନାହାନ୍ତି। ଫଳରେ ପ୍ରଶାସନ ପକ୍ଷରୁ ଅମାନିଆଙ୍କ ଉପରେ ଅଭିନବ ଉପାୟରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବାହାରକୁ ବାହାରି ବୁଲାବୁଲି କରୁଥିବା ବ୍ୟକ୍ତିମାନଙ୍କୁ ଏକ ଆମ୍ବୁଲାନ୍ସରେ ଟେକି ନେଇ ସ୍ବତନ୍ତ୍ର ସ୍ଥାନରେ ଅଟକ ରଖାଯାଉଛି। ଶନିବାର ପ୍ରାୟ ୬୦ ଜଣ ବ୍ୟକ୍ତି ଏହି ଅଞ୍ଚଳରେ ବାହାରେ ବୁଲାବୁଲି କରୁଥିବା ବେଳେ ସେମାନଙ୍କୁ ପୋଲିସ ଆମ୍ବୁଲାନ୍ସରେ ଉଠାଇ ନେଇଛି। ସନ୍ଧ୍ୟା ପରେ ସେମାନଙ୍କୁ ଛଡା ଯିବା ନେଇ ସୂଚନା ମିଳିଛି।

Advertisement