କନ୍ଧମାଳ,୨।୫(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଆଜି ଫୁଲବାଣୀ ପ୍ରେସ କ୍ଳବ ଠାରେ ଆମ ବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରେସ କ୍ଳବର ସମସ୍ତ ସଦସ୍ୟ ମାନଙ୍କୁ ଏହି କରୋନା ମହାମାରୀ ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ପ୍ରତ୍ୟେକ ବନ୍ଧୁ ମାନଙ୍କୁ ଏକ ବସ୍ତା ଚାଉଳ, ଡାଲି,ତେଲ ଭଳି ଆଉ କିଛି ଖାଦ୍ୟ ସାମଗ୍ରୀ , ମାସ୍କ ଓ ସାନିଟାଇଜେସନ ମଧ୍ୟ ଦିଆଯାଇଥିଲା। ପ୍ରେସ କ୍ଳବର ସଭାପତି ଶିଵ ତ୍ରିପାଠୀ, ସାଧାରଣ ସମ୍ପାଦକ ଅଜିତ ମହାରଣା ଓ ଉପ-ସଭାପତି ସୁଜିତ କୁମାର ବେହେରାଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ପ୍ରେସ କ୍ଳବ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସମସ୍ତ ଖର୍ଚ୍ଚ କରାଯାଇଥିଲା।ପ୍ରେସ କ୍ଲବର ସମସ୍ତ ସଦସ୍ୟ ମାନେ ଉତ୍ସାହିତ ହୋଇ ସଭାପତି ଓ ସମ୍ପାଦକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


















