Friday, November 6, 2026
ADVERTISEMENT
Home ଆଞ୍ଚଳିକ ୱାର୍ଡ ଅନୁଷ୍ଠାନ ଓ ପିଏଜି ପକ୍ଷରୁ ରିଲିଫ କୀଟ ବଣ୍ଟନ

ୱାର୍ଡ ଅନୁଷ୍ଠାନ ଓ ପିଏଜି ପକ୍ଷରୁ ରିଲିଫ କୀଟ ବଣ୍ଟନ

317
ADVERTISEMENT

ତୁମୁଡ଼ିବନ୍ଧ,୨।୫(ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ) : କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ଗ୍ରାମରେ ୱାର୍ଡ ଅନୁଷ୍ଠାନ ଓ ପିଏଜି ପକ୍ଷରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ଏହା ଲକଡାଉନ ଯୋଗୁଁ ରହୁଥିବା ଦିନ ମଜୁରିଆଙ୍କୁ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ, ଅନୁଷ୍ଠାନର ସଂଯୋଜକ ଅଶୋକ ପରିଡ଼ା,ସଭାପତି ରବିନ୍ଦ୍ର ପଣ୍ଡା, ଭଗବାନ ଜେନା ବାଲିଗୁଡ଼ା ଅମିତ ନାୟକ ସେହି ସଂସ୍ଥାର ସ୍ବେଛାସେବୀ ମାନଙ୍କ ଦ୍ଵାରା, ଲୋକମାନେ କରୋନା ଡରରେ ବାହାରକୁ ଯାଇ ପାରୁନାହାନ୍ତି l ଏହା ଫଳରେ ଲୋକଙ୍କ କାମଧନ୍ଦା ବନ୍ଦ ରହିଛି. ଏବଂ ରୋଜଗାର ହରାଇ ଲୋକେ ଅତିଆବଶ୍ୟକ ସାମଗ୍ରୀ ନ ପାଇ ହଇରାଣ ହେଉଥିବା ଦେଖିବାକୁ ମିଳୁଛି l ଅସହାୟ ଲୋକଙ୍କୁ ଚି଼ହ୍ନଟ କରି ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ , ଶୁଖିଲା ରାସନ ସାମଗ୍ରୀ ବଣ୍ଟନ ଜାରି ରହିବ ବୋଲି ସଂଯୋଜକ -ଅଶୋକ କୁମାର ପରିଡ଼ା ଓ ସଭାପତି ରବିନ୍ଦ୍ର ପଣ୍ଡା କହିଛନ୍ତି।

Advertisement