ବ୍ରହ୍ମପୁର,୨।୫( ହିମାଂଶୁ ପାଢୀ) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଫିସ ନିକଟ କରୁଣାକର ଉଚ୍ଚ ନୋଡାଲ ସ୍କୁଲରୁ ଏକ ୧୨ ଫୁଟର ଅବିରାଜକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ଓ ବନ ବିଭାଗ । ସାରା ଦେଶରେ ଲକ ଡାଉନ ଜାରୀ ରହିଛ ଏହି ସମୟରେ ପିଲାମାନେ ନିଜର ସମୟ ଅତିବାହିତ ପାଇଁ ବିଭିନ୍ନ ସ୍ଥାନରେ ଖେଳକୁଦରେ ମାତିଥାନ୍ତି । ସେହିପରି ସ୍କୁଲ ପରିସରରେ ଉକ୍ତ ଅଞ୍ଚଳର କିଛି ପିଲା ଖେଲିବା ସମୟରେ ସାପଟିକୁ ଦେଖି ଭୟରେ ସେଠାରୁ ଦଉଡି ପଲି ଆସିଥିଲେ । ସନ୍ଧ୍ୟା ସମୟରେ ସମସ୍ତେ ଘରର ସଦସ୍ୟଙ୍କୁ ଏହି ବିଷୟ କହିବା ପରେ କିଛି ସ୍ଥାନୀୟ ଲୋକେ କଥାର ସତ୍ୟତା ଜାଣିବା ପାଇଁ ସ୍କୁଲର ବିଭିନ୍ନ ସ୍ଥାନକୁ ଖୋଜା ଖୋଜି କରିଥିଲେ ଶେଷରେ ସ୍କୁଲ ମଧ୍ୟରେ ନବ ନିର୍ମିତ ନାଳ ମଧ୍ୟରେ ସାପଟି ଥିବାର ଦେଖିଥିଲେ । ସେମାନେ ତୁରନ୍ତ ସାମନ୍ତିଆପଲ୍ଲି ବନ ବିଭାଗକୁ ଖବର ଦେଇଥିଲେ, ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି କେଉଁ ସାପ ଅଛି ଅନୁଧ୍ୟାନ କରିବା ବେଳକୁ ଅହିରାଜ ସାପଟି ସେଠାରେ ଲୁଚି ରହିଥିଲା । ଏଥି ମଧ୍ୟରେ ସ୍ଥାନୀୟ ଗ୍ରାମ ଲୋକେ ବିରାଟ ସାପ ସ୍କୁଲ ପରିସରରେ ଥିବା ଶୁଣି ସେଠାରେ ଏକତ୍ରିତ ହେବାକୁ ଲାଗିଲେ, ଲୋକଙ୍କ ଭିଡ ଜମିଥିବା ଖବର ପାଇ ଜରଡା ପୋଲିସ କର୍ମଚାରୀ ମାନେ ମଧ୍ୟ ସେଠାରେ ପହଞ୍ଚି ଲୋକଙ୍କୁ ଘଉଡାଇବାରେ ଲାଗିଲେ । ଶେଷରେ ବନବିଭାଗ ଓ ସ୍ନେକ ହେଲ୍ପ ଲାଇନ ମିଳିତ ଭାବେ ସର୍ପଟିକୁ ଉଦ୍ଧାର କରିଥିଲେ l


















