Saturday, October 10, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ. ଏଚ.ଜି. ଗୃପ ମାନଙ୍କ ଦ୍ଵାରା ପ୍ରସ୍ତୁତ ଚାଲିଛି ୪ ଲକ୍ଷ...

ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ. ଏଚ.ଜି. ଗୃପ ମାନଙ୍କ ଦ୍ଵାରା ପ୍ରସ୍ତୁତ ଚାଲିଛି ୪ ଲକ୍ଷ ମାସ୍କ

269
ADVERTISEMENT

ପାରଳାଖେମୁଣ୍ଡି,୨।୫(ପ୍ରଭାତ କୁମାର ପାତ୍ର) : କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ଏହି ପରିପ୍ରେକ୍ଷୀରେ ମାସ୍କର ଅଭାବନୀୟ ପରିସ୍ଥିତିକୁ ପୁରଣ କରିବା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରଶିକ୍ଷଣ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜି ଗୃପର ସଦସ୍ୟ ମାନଙ୍କୁ ନେଇ ପ୍ରଥମ ପର୍ଯ୍ୟାୟରେ ୨୦ ଦିନ ମଧ୍ୟରେ ଏକ ଲକ୍ଷ ମାସ୍କ ତିଆରି ହେବାକୁ ଥିବା ବେଳେ ମୋଟ ୪ ଲକ୍ଷ ମାସ୍କ ତିଆରି କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ଏହି ମାସ୍କ ତିଆରି କାର୍ଯ୍ୟ କରିବା ପାଇଁ ପାରଳାଖେମୁଣ୍ଡି, ରାୟଗଡ ଓ ଗୁମ୍ମାରେ ଥିବା ବିଭିନ୍ନ ଏସ ଏଚ ଜି ଗୃପର ୫୦ ଜଣ ସଦସ୍ୟ ପ୍ରତିଦିନ ୨୫୦୦ ରୁ ଅଧିକ ମାସ୍କ ତିଆରି କରୁଛନ୍ତି। ଲକଡାଉନ ସମୟରେ ଏଭଳି ମାସ୍କ ତିଆରି କରିବା ସେବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେ ଧନ୍ୟବାଦ ଜଣାଉଛି ବୋଲି ଏସ ଏଚ ଜି ଗୃପର ସଦସ୍ୟ ମାନେ କହିଛନ୍ତି।


ସେହିଭଳି ଗଜପତି ଜିଲ୍ଲାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମାସ୍କର ଅଭାବନୀୟ ପରିସ୍ଥିତିକୁ ପୁରଣ କରିବା ଏବଂ ଆଗାମୀ ଦିନରେ ବାହାର ରାଜ୍ୟରୁ ପ୍ରବାସୀ ଓଡିଆ ଫେରନ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇ ଦେବାକୁ ଥିବା ଯୋଗୁଁ ଏହି ମାସ୍କ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସ୍କ ତିଆରି ବ୍ୟବସ୍ଥା ଚାଲିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି।

Advertisement