Friday, November 6, 2026
ADVERTISEMENT
Home ଆଞ୍ଚଳିକ ଶୁଖିଲା ଖାଦ୍ୟରୁ ବାଦ ପଡିଲେ ହିତାଧିକାରୀ

ଶୁଖିଲା ଖାଦ୍ୟରୁ ବାଦ ପଡିଲେ ହିତାଧିକାରୀ

266
ADVERTISEMENT

ଦିଗପହଣ୍ଡି,୨।୫(ପ୍ରଫୁଲ ସାବତ) : ଦିଗପହଣ୍ଡି ବ୍ଲକର ସିଦ୍ଧେଶ୍ୱର ଏବଂ କୋଟିନଡା ପଂଚାୟତରେ ଲକଡାଉନ ପ୍ରଭାବରେ ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଲ ଯୋଜନା ଅନୁଯାୟୀ ଶୁଖିଲା ଖାଦ୍ୟ ବଣ୍ଟନକୁ ନେଇ ସିଦ୍ଧେଶ୍ୱର ଏବଂ କୋଟିନଡା ଗ୍ରାମରେ ଉତ୍ତେଜନା । ଗ୍ରାମ ଲୋକଙ୍କ କହିବା ଅନୁଯାଇ ମିଲ ଯୋଜନାରେ ଆସିଥିବା ଶୁଖିଲା ଖାଦ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ନଦେଇ, ସରପଞ୍ଚ ପ୍ରତିନିଧିଙ୍କ ଆଦେଶ କ୍ରମେ ୱର୍ଡ ମେମ୍ବର ମାନେ ପ୍ରକୃତ ହିତାଧିକାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ନ କରି ନିଜ ଲୋକମାନଙ୍କୁ ବଣ୍ଟନ କରୁଥିବା ଅଭିଯୋଗ କରୁଛନ୍ତି । ଏମିତିକା ହଡପ କରୁଥିବା ପ୍ରତିନିଧି ମାନଂକୁ କିପରି ଜିଲ୍ଲାପାଳଙ୍କ ପାୱାର ଦିଆଗଲା ତାହା ଚର୍ଚ୍ଚା ଚାଲିଛି ଲୋକଙ୍କ ମଧ୍ୟରେ, ଯେଉଁମାନେ ଗରିବ ଲୋକଙ୍କ ଶୁଖିଲା ଖାଦ୍ୟକୁ ନେଇ ହେରଫେର କରୁଛନ୍ତି ସେମାନେ ଜିଲ୍ଲାପାଳଙ୍କ ଦାଇତ୍ୱ କିପରି ସୁଚାର ରୂପେ ତୁଲାଇବେ l

Advertisement