Friday, September 18, 2026
ADVERTISEMENT
Home କନ୍ଧମାଳ ସ୍ବେଛାସେବୀ ସଂଗଠନ ଦ୍ୱାରା ଅନ୍ୟ ରାଜ୍ୟର ଆସି ରହିଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ସ୍ବେଛାସେବୀ ସଂଗଠନ ଦ୍ୱାରା ଅନ୍ୟ ରାଜ୍ୟର ଆସି ରହିଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

589
ADVERTISEMENT

ବାଲିଗୁଡ଼ା, ୩୦-୦୪ (ଟିକି ଦଣ୍ଡିଆ): କନ୍ଧମାଳ ବାଲିଗୁଡ଼ା ଏଏନଏସିରେ ଅନ୍ୟ ରାଜ୍ୟ ରହିଯାଇଥିବା ବିଭିନ୍ନ ସଂସ୍ଥା ତରଫରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ଏହା ଲକଡାଉନ ଯୋଗୁଁ ରହୁଥିବା ଦିନ ମଜୁରିଆଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ, ସଂସ୍ଥାର ଅଶୋକ ପରିଡ଼ା, ରବିନ୍ଦ୍ର ପଣ୍ଡା, ରାଜ କିଶୋର ପାଢ଼ୀ, ଭଗବାନ ଜେନା ବାଲିଗୁଡ଼ା ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତ, ଅମିତ ନାୟକ ସେହି ସଂସ୍ଥାର ସ୍ବେଛାସେବୀ ମାନଙ୍କ ଦ୍ଵାରା. ଲୋକମାନେ କରୋନା ଡରରେ ବାହାରକୁ ଯାଇ ପାରୁନାହାନ୍ତି l

ଏହା ଫଳରେ ଲୋକଙ୍କ କାମଧନ୍ଦା ବନ୍ଦ ରହିଛି I ଏବଂ ରୋଜଗାର ହରାଇ ଲୋକେ ଅତିଆବଶ୍ୟକ ସାମଗ୍ରୀ ନ ପାଇ ହଇରାଣ ହେଉଥିବା ଦେଖିବାକୁ ମିଳୁଛି l ଅସହାୟ ଲୋକଙ୍କୁ ଚି଼ହ୍ନଟ କରି ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ , ଶୁଖିଲା ରାସନ ସାମଗ୍ରୀ ବଣ୍ଟନ ଜାରି ରହିବ ବୋଲି ଫୁଲବାଣୀ ଜିଲ୍ଲାର ସ୍ବେଛାସେବୀ ସଂଯୋଜକ -ଅଶୋକ କୁମାର ପରିଡ଼ା ଓ ରବିନ୍ଦ୍ର ପଣ୍ଡା କହିଥିଲେ I

Advertisement