ବ୍ରହ୍ମପୁର,୩୦ା୪ (ବ୍ୟୁରୋ) : ମହାମାରୀ ‘କରୋନା’ କବଳରୁ ରକ୍ଷା ପାଇବା ପାଇଁ ପ୍ରତିରୋଧକ ବ୍ୟବସ୍ଥା ଏକମାତ୍ର ଉପାୟ ଭାବେ ସର୍ବବିଦିତ୍ୟ । ପ୍ରାଥମିକ ଅବସ୍ଥାରେ ଏହାକୁ ଚିହ୍ନଟ କରିବା ପାଇଁ ଗଂଜାମ ପ୍ରଶାସନ ଜୋରସୋରରେ ଉଦ୍ୟମ କରୁଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ଥର୍ମାଲ ସ୍କାନର ଦ୍ୱାରା ଲୋକମାନଙ୍କର ଶରୀର ଉତ୍ତାପ ଚିହ୍ନଟ ପ୍ରକ୍ରିୟା ଚାଲିଛି ।

ଏହି ପ୍ରକ୍ରିୟା ଅନୁସାରେ ୱାର୍ଡନମ୍ବର ୩୬ରେ ଡାକ୍ତର ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ସାତଜଣିଆ ସ୍ୱାସ୍ଥ୍ୟସେବା ଦଳ ଘରଘର ବୁଲି ଏହି ରୋଗର ଭୟାବହତା ଏହାଠାରୁ ରକ୍ଷାପାଇବାର ଏକ ମାତ୍ର ଉପାୟ ସାମାଜିକ ଦୂରତ୍ୱ ରକ୍ଷାକରିବା, ମାକ୍ସ ପରିଧାନ କରିବା, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକରିବା ରୋଗକୁ ନ ଡରି ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବାରେ ସହାୟକ ହେବା ପାଇଁ, ସ୍ୱାସ୍ଥ୍ୟ ସେବା ଦଳ ଲୋକଙ୍କୁ ଅବଗତ କରାଇବା ସହ ସାବୁନରେ ହାତ ଧୋଇବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ଦଳ ମଧ୍ୟରେ ମହିଳା ସ୍ୱାସ୍ଥ୍ୟକର୍ମୀ ତପସ୍ୱିନି ପ୍ରଧାନ, ଅଙ୍ଗନୱାଡି କର୍ମୀ ସୁଜାତା ମହାପାତ୍ର, ମମତା କୁମାରୀ ନାୟକ, ଅଙ୍ଗନୱାଡି କର୍ମୀ ମମତା କୁମାରୀ ପାଢୀ, କଳପନା ନହରୀ, ଗୀତା ନିମାଇଁ, ସୁଲୋଚନା ପଣ୍ଡାଙ୍କ ସହ ଆଶାକର୍ମୀ ଗୀତା ବିଷୋୟୀ ପ୍ରମୁଖ ରହିଥିଲେ । ୱାର୍ଡ ନଂ ୩୬ରେ ଥିବା ଦୁନିଆ ହାଲଚାଲ ମିଡିଆ ଅଫିସ ପରିଷରରେ ଜନ ସଚେତନତା ଉର୍ଦ୍ଦେଶ୍ୟରେ ଅନୁଷ୍ଠିତ ଏକ ସୌଜନ୍ୟ ମୂଳକ ସାକ୍ଷାତକାରର ଉତ୍ତରରେ ଦଳପତି ଡାକ୍ତର ଅନିଲ କୁମାର ସାହୁ ଧର୍ମାଲ ସ୍କାନରେ ଦେହର ଉତ୍ତାପ ଅନୁଯାଇ କରୋନାର ପ୍ରାଥମିକ ଚିହ୍ନଟ ସହଜ ହୋଇଥାଏ ବୋଲି କହିଥିଲେ ।


















