ପାରଳାଖେମୁଣ୍ଡି,୨୯।୪(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସହରରେ ବ୍ୟବସାୟୀ ମାନେ ଲକ୍ ଡାଉନ୍ ଫାଇଦା ଉଠାଇ ଜିଲ୍ଲା ବାସିନ୍ଦା କୁ ଚଢ଼ାଦରରେ ଜିନିଷ ବିକ୍ରୀ କରୁଥିବା ଜିଲ୍ଲାପାଳ ଅନୁପମ ଶାହା ବିଶେଷ ସୂତ୍ରରୁ ଖବର ପାଇ ଦୁଇଗୋଟି ଟିମ୍ ପ୍ରସ୍ତୁତିକରି ପ୍ରତେକ ବ୍ୟବସାୟୀ ଡିଲର ଙ୍କ ଦୋକାନ ଉପରେ ଚଢ଼ାଉ କରି ବିଲ ବହି ଏବଂ ଦୁକାନରେ କେତେ ପରିମାଣର ସାମଗ୍ରୀ ଅଛି କେତେ ବିକ୍ରୀ କରିଛନ୍ତି ଏହିସବୁ ହିସାବ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆଜି ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ବେତାଗୁଡ଼ା ରାସ୍ତାରେ ପ୍ରକାଶ ପାତ୍ର ଙ୍କ ପାତ୍ର ଏବଂ କୋ ସିମେଣ୍ଟ ଗୋଡାଉଁମ ରେ ଚଢାଉ କରାଯାଇଛି ଏହି କାର୍ଯ୍ୟରେ ତହସିଲଦାର ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି । ପ୍ରତେକ ଗ୍ରାହକ କୁ ଭେଟିବେ ଏବଂ କେତେ ଟଙ୍କାରେ କ୍ରୟ କରୁଛନ୍ତି ପଚାରି ବୁଝିବେ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।


















