କନ୍ଧମାଳ, ୨୮।୪(ସୁରେଶ କୁମାର ପଣ୍ଡା): ଚିନ୍ତା ବଢ଼ାଉଛି କରୋନା ଭୁତାଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ବିଭିନ୍ନ ପ୍ରକାର ପ୍ରୟାସ ଜାରିରଖିଛନ୍ତି କନ୍ଧମାଳରେ ଅନ୍ୟ ଜିଲ୍ଲାର ଲୋକ ନଆସିବା ପାଇଁ ଚାରି ଆଡ଼େ ପ୍ରବେଶ ପଥକୁ ସିଲ କରାଯିବା ସହ ସବୁ ପଞ୍ଚାୟତରେ କୋଭିଡ ୧୯ର ଚିକିତ୍ସା ପାଇଁ ଅସ୍ଥାୟୀ ଶିବିର ଖୋଲା ଯିବାସହ କ୍ୱେରେଣ୍ଟାଇନରେ ରହିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ଏହାକୁ ଆଜି ସମୀକ୍ଷା ପାଇଁ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ବିଶ୍ୱନାଥ ବାରିକ ଓ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ପରିଦର୍ଶନ କରିଛନ୍ତି । ଏହାସହ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକର କିଛି ୧୭ ଲୋକ ଇଟା ଗଢିବା ପାଇଁ ସୁଡ୍ରା ପଞ୍ଚାୟତ ଗଟାଙ୍ଗି ଆସିଥିଲେ ଲକଡାଉନ ଯୋଗୁଁ ରହିଯାଇଛନ୍ତି ସେମାନଙ୍କ ଗାଁକୁ ଫେରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଗଲା ଏହାସହ ଲଣ୍ଡାଗାଁ, ଖମନଖୋଲ ପଞ୍ଚାୟତରେ ପହଞ୍ଚି ସେଠାରେ ମଧ୍ୟ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ ।



















