ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା

233
ADVERTISEMENT

ବଲାଙ୍ଗୀର ୨୮।୪(ବିଶିକେଶନ ବେହେରା): କୋଭିଡ -୧୯ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ମାର୍ଚ୍ଚ ୨୪ ରୁ ଲକ୍‌ଡାଉନ ଜାରୀ ରହିଛି । ଫଳରେ କାମଧନ୍ଦା ବନ୍ଦ ରହିଥିବାରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଏହାକୁ ହୃଦୟଙ୍ଗମ କରି ସରକାର ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହିକ୍ରମରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ ପ୍ରଶାସନ ପକ୍ଷରୁ ୨୪୭୬ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆଙ୍କ ସୂଚନାକ୍ରମେ ଜିଲା ଶ୍ରମବିଭାଗ ପକ୍ଷରୁ ବ୍ଲକର ୩୮୮୭ ନିର୍ମାଣ ଶ୍ରମିକଙ୍କୁ ସହାୟତା ସକାଶେ ନିର୍ଦ୍ଦେଶ ରହିଛି। ସେଥିରୁ ବିଭିନ୍ନ ପଞ୍ଚାୟତର ୨୪୭୬ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି । ଅବଶିଷ୍ଟ ଶ୍ରମିକଙ୍କୁ ଖୁବ୍‌ଶୀଘ୍ର ଏହି ସହାୟତା ରାଶି ପ୍ରଦାନ କରାଯିବ। ଏହାବାଦ କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ବ୍ଲକ ଅନ୍ତର୍ଗତ ୨୦ ପଞ୍ଚାୟତରେ ୯୨ ପ୍ରତିଶତ ହିତାଧିକାରୀଙ୍କୁ ପିଡ଼ିଏସ ଚାଉଳ ଓ ୯୬ ପ୍ରତିଶତ ଲୋକଙ୍କୁ ୧ ହଜାର ଲେଖାଏ ସହାୟତା ଦିଆଯାଇଥିବା ସେ କହିଛନ୍ତି ।

Advertisement