Friday, November 6, 2026
ADVERTISEMENT
Home ଆଞ୍ଚଳିକ କେନ୍ଦୁପତ୍ର ତୋଳିବା ନେଇ କେନ୍ଦୁଲିପି ବନାଞ୍ଚଳ ଅଧିକାରୀଙ୍କ ସଚେତନ କାର୍ଯ୍ୟକ୍ରମ

କେନ୍ଦୁପତ୍ର ତୋଳିବା ନେଇ କେନ୍ଦୁଲିପି ବନାଞ୍ଚଳ ଅଧିକାରୀଙ୍କ ସଚେତନ କାର୍ଯ୍ୟକ୍ରମ

574
ADVERTISEMENT

କନ୍ଧମାଳ, ୨୮।୪ (ସୁରେଶ କୁମାର ପଣ୍ଡା): କରୋନା ଭୁତାଣୁର ମହାମୁକାବିଲା ପାଇଁ ସାରା ଦେଶ ରାଜ୍ୟ ଲକଡାଉନ ହୋଇଛି । ଏହାର ମୁକାବିଲା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହ ସଦା ସର୍ବଦା ହାତକୁ ବାରମ୍ବାର ସାବୁନରେ ୨୦ସେକେଣ୍ଡ ଲେଖାଁଏ ଧୋଇବା ସଚେତନ କରାଯାଇଛି । ଲକଡାଉନ ଥିବା ଯୋଗୁଁ ବିଭିନ୍ନ ପ୍ରକାର କାମ ମଧ୍ୟ୍ୟ ବନ୍ଦ ରହିଥିଲା ରାଜ୍ୟ ସରକାର ଲକଡାଉନକୁ କିଛି କୋହଳ ହେବା ସହ ସରକାରୀ କାର୍ଯ୍ୟ ମଧ୍ୟ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଏହାକୁ ଦୃଷ୍ଟି ରଖି କେନ୍ଦୁପତ୍ର ତୋଳିବା ପାଇଁ ତୁମୁଡ଼ିବନ୍ଧ କେନ୍ଦୁଲିପି ବନାଞ୍ଚଳ ଅଧିକାରୀ ଅତୁଲ୍ୟ ମହାନ୍ତି ବାଟାଗୁଡ଼ା ଠାରେ ଏକ ବୈଠକ ଅନୁଷ୍ଠିତ କରାଯାଇଛି । ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ମେନକା ମଳିକ, ଗ୍ରାମର ବୈଜେଷ୍ଠ ବ୍ୟକ୍ତି ଯୋଗଦେଇଥିବା ସହ କେନ୍ଦୁପତ୍ର ତୋଳିବା ଶ୍ରମିକ ମାନେ ଉପସ୍ଥିତ ରହିଥିଲେ କରୋନା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧି କାର୍ଯ୍ୟରେ ଯୋଗଦେବା ଏନେଇ ସଚେତନ କରାଇଥିଲେ ।

Advertisement