ନୂଆଦିଲ୍ଲୀ, ୨୮।୪(ଲକ୍ଷ୍ମୀ ବେବତ୍ତା ): ସାମ୍ପ୍ରତିକ ସ୍ଥିତ ରେ ଦେଶ ରେ ଯେଉଁଭଳି ଭାବେ କୋରନl ମହାମାରୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ଏହାର ମୁକାବିଲା କରିବା ଦିଗରେ ଆଜି ସମଗ୍ର ଦେଶ ଏକତ୍ରିତ ହୋଇଥିବା ବେଳ ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ମlନେ ମଧ୍ୟ କୋରନା ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାର ପଦେକ୍ଷପ ଗ୍ରହଣ କରୁଛନ୍ତି । ଏହି କୋରନl ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସହଯୋଗ କରିବା ଲାଗି ଆଜି ଅନେକ ସଂଗଠନ, ସରକାରୀ ଓ ବେସରକାରୀ ସଂସ୍ଥା, ଧାର୍ମିକ ଅନୁଷ୍ଠାନ, ଓ ଅନେକ ବଦନ୍ୟ ବ୍ୟକ୍ତି ଆଗେଇ ଆସିଥିବା ଦେଖାଦେଇଛି । ନିଜ ନିଜ ର ସାମର୍ଥ୍ୟ ଅନୁଯାଇ ସେମାନେ ପ୍ରଧାନମନ୍ତ୍ରୀ ଓ ନିଜ ନିଜ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ପାଣ୍ଠି କୁ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହିଭଳି ସ୍ଥିତ ରେ ଯୁଗାବତାର ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଙ୍କ ଆଦର୍ଶ, ନୀତି, ଭାବଧାରା, ଚିନ୍ତାଧାରା ଓ ମହାତବାଣୀ ରେ ଅନୁପ୍ରାଣିତ ହୋଇଆସୁଥିବା ଶ୍ରୀ ଅଭିରାମ ଅନୁରାଗୀ (ଭକ୍ତ ) ଙ୍କ ଦ୍ୱାରା (ଦିଲ୍ଲୀ ) ଏଠାରେ ପ୍ରଥିଷ୍ଠl ହୋଇଥିବା ଶ୍ରୀ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ତରଫରୁ ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ କେୟାର୍ସଫଣ୍ଡ (ସହାୟତା ପାଣ୍ଠି )କୁ ପଚିଶି ହଜାର ଟଙ୍କା ସ୍ଥାନୀୟ ଅlଲ୍ଲାବାଦବ୍ୟାଙ୍କ ଅର୍ଚିନି ଶାଖା ଦ୍ୱାରା ମନି ଟ୍ରାନ୍ସଫର ଜରିଆରେ ପ୍ରଦାନ କରଯାଇଛି । ଏହି ଘଡିସନ୍ଧି ମୁହୂର୍ତ୍ତ ରେ ଦେଶ ରେ ଉପୁଜିଥିବା ଏହିଭଳି ଏକ ସଙ୍କଟଜନକ ପରିସ୍ଥିତି ରେ ସରକାର ଙ୍କୁ ସହଯୋଗ ର ହାତ ବଢାଇବା ଅତ୍ୟନ୍ତ ଜରୁରୀ ବୋଲି ଭାବି ଏହି ଟଙ୍କା ପ୍ରଦାନ କରାଯାଇଛି ବୋଲି ଆଜି ଆମ ପ୍ରତିନିଧି ଲଷ୍ମୀ ନାରାୟଣ ବେବର୍ତ୍ତା ଙ୍କ ଆଗରେ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ର ସଭାପତି ବିଜୟ କୁମାର ସାମଲ ପ୍ରକାଶ କରିଛନ୍ତି । କୋରନା ଯୁଦ୍ଧ ରେ ଆମେ ସମସ୍ତେ ସାମିଲ ହୋଇ ଏହାର ମୁକାବିଲା ପାଇଁ ଆଗଭର ହୋଇ ନିଜ ନିଜର ସାମର୍ଥ୍ୟ ଅନୁସାରେ ସମସ୍ତେ ଆଗେଇ ଆସିବାକୁ ସେ ଦେଶ ଓ ରାଜ୍ୟ ବାସୀ ଙ୍କୁ ନିବେଦନ କରିଛନ୍ତି. ଏତତ ବ୍ୟତୀତ ସଂସ୍କତିକ କେନ୍ଦ୍ର ଦ୍ୱାରା ସଭାପତି ଶ୍ରୀ ସାମଲ, ଓ ପରିଚାଳନା କମିଟି ର ସଦସ୍ୟ ସର୍ବେଶ୍ୱର ସାହୁ,ସୋମ୍ୟଶ୍ରୀ ନାୟିକ , ଉମେଶ ରାହୁଳ, ଦେବେନ୍ଦ୍ର ସେଜୱl ଲ, ଦୁର୍ଗା ପ୍ରସାଦ ବିଶ୍ୱାଳ. ମମତାମୟୀ ରାହୁଳ ଓ ସାଂସ୍କୃତିକ କେନ୍ଦ୍ର ର ଅନ୍ୟନ୍ୟ ପ୍ରମୁଖ ସଦସ୍ୟ ମାନଙ୍କପୂର୍ଣ୍ଣ ସହଯୋଗ ରେ ଲକଡାଉନ ଯୋଗୁ କମଧନ୍ଦା ବନ୍ଦ ଓ କାମ ହରାଇ ଥିବା ଶ୍ରମିକଶ୍ରେଣୀ, ଦିନ ମଜୁରିଆ ଓ ଦୈନିନ୍ଦିନ ଜୀବନଜୀବିକା ରେ ପ୍ରଭାବିତ ହୋଇଥିବା ଗରିବ ଓ ଅସହାୟ ପରିବାର ବର୍ଗ ଙ୍କୁ ବିଭିନ୍ନ ଧାର୍ମିକ ଓ ସେବା ଅନୁଷ୍ଠାନ ମାଧ୍ୟମରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି ।

















