ବାଲିଗୁଡ଼ା,୨୮।୪(ଟିକି ଦଣ୍ଡିଆ) : କନ୍ଧମାଳ କରୋନା ଭୁତାଣୁର ମୁକାବିଲା ପାଇଁ ସାରା ଦେଶ ଓ ରାଜ୍ୟରେ ଲକଡାଉନ ହୋଇଛି । ଲକ ଡାଉନରେ ସମସ୍ତ ଗାଡ଼ି, ଦୋକାନ ବଜାର ବନ୍ଦ ରହୁଛି କେନ୍ଦ୍ର ଓ ରାଜ୍ୟରେ ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ ଉପକୃତ ହୋଇଛନ୍ତି ସରକାରଙ୍କ ବିଜ୍ଞାପନ, ବିବାହ ଓ ବ୍ରତରେ ଚିତ୍ରାଙ୍କନ, କପଡ଼ା ବ୍ୟାନର କାର୍ଯ୍ୟ କରି ଆସୁଛନ୍ତି । ଲକଡାଉନ ହୋଇଥିବା ଯୋଗୁଁ ଏମାନଙ୍କ ବୃତ୍ତି ବନ୍ଦ ଅଛି ଏମାନଙ୍କ ସୁବିଧା ପାଇଁ କୋଣସି ସରକାରୀ ସହାୟତା ଘୋଷଣା ହୋଇନାହିଁ ଯାହାଦ୍ୱାରା ଏମାନଙ୍କ ଘର ଭଡ଼ା, ଦୋକାନ ଭଡ଼ା, ପରିବାର ପୋଷଣ କରିବାରେ ଅସମର୍ଥ ହୋଇପଡିଛନ୍ତି ଏନେଇ ବାଲିଗୁଡ଼ା ଆର୍ଟ୍ସ ସଂଘ ସମସ୍ତ କାର୍ଯ୍ୟରତ ଆର୍ଟିଷ୍ଟ ଏକତ୍ରିତ ହୋଇ ବିଡ଼ିଓ ବାଲିଗୁଡ଼ା, ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ବାଲିଗୁଡ଼ାରେ ଦାବି ପତ୍ର ଦେଇଛନ୍ତି ।



















