Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

353
ADVERTISEMENT

ପୁରୀ ,୬/୭ (ଡି.ଏଚ.ବି): ଘୋଷଯାତ୍ରା ଯାଇଁ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ରୁର୍‌କିସ୍ଥିତ ସେଣ୍ଟ୍ରାଲ ମାଇନିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆର୍‌ଆଇ)ର ବିଶେଷଜ୍ଞମାନେ ଏହି ଯାଞ୍ଚରେ ସାମିଲ ଅଛନ୍ତି। ସିବିଆର୍‌ଆଇର ବିଶେଷଜ୍ଞ ଅଞ୍ଚଲ ମିତ୍ତଲ, ଏଏସ୍‌ଆଇର ଅଧୀକ୍ଷଣ ଯନ୍ତ୍ରୀ (ଦିଲ୍ଲୀ) ଅତୁଲ କୁଲକର୍ଣ୍ଣିଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର୍‌ କମିଟି, ଶ୍ରୀମନ୍ଦିର ଅଧିକାରୀ ଓ ଇଞ୍ଜିନିୟର, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରୁଛନ୍ତି। ଜଗମୋହନ ପୋର୍ଟାଲ ଫ୍ରେମ୍‌ରେ ଲାଗିଥିବା ଲୋଡ୍‌ସେଲ, ନାଟମଣ୍ଡପ ବିମ୍‌ରେ ଲାଗିଥିବା ସେନ୍‌ସର ସ୍ଥିତି ପରଖିବେ। ଏତଦ୍‌ବ୍ୟତୀତ ଗର୍ଭଗୃହ ବାୟୁ ସଞ୍ଚାଳନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯିବ। ଭୋଗ ମଣ୍ଡପ ଚଟାଣ ଓ ରୋଷଇଘର କାମ ମଧ୍ୟ ହେବ ବୋଲି ଜଣାପଡ଼ିଛି।

Advertisement