Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗରିବଙ୍କ ରୋଷେଇ ଶାଳକୁ ଶିବାଶକ୍ତି ଇଣ୍ଡିଆନ ତରଫରୁ...

ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗରିବଙ୍କ ରୋଷେଇ ଶାଳକୁ ଶିବାଶକ୍ତି ଇଣ୍ଡିଆନ ତରଫରୁ ଗ୍ୟାସ ବିତରଣ

973
ADVERTISEMENT
ସୁଜୟନ୍ତୀ ସ୍ୱାଇଁ

କୁକୁଡାଖଣ୍ଡି, ୨୬I୦୪(ଇ.ରଞ୍ଜନ) : ସାରା ବିଶ୍ୱ କରୋନର ଆକ୍ରମଣ ଯୋଗୁଁ ସରକାରଙ୍କ ତରଫରୁ ସମସ୍ତ ଙ୍କ ସୁରକ୍ଷା ଦିଗକୁ ଦୃଷ୍ଟିକୁ ନେଇ ଲକଡାଉନରେ ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଗରିବଙ୍କ ଆର୍ଥିକ ଅବସ୍ଥା ପଦାରେ ପଡି ନାନା ଅସୁବିଧାରେ ସମ୍ମୁଖୀନ ରହିଥିବା ଦେଖାଦେଉଛି ଏହି ସମୟରେ କେନ୍ଦ୍ରସରକାରଙ୍କତରଫରୁ ଗରିବଲୋକଙ୍କ ରୋଷେଇ ଶାଳକୁ ଗରିବକଲ୍ୟାଣ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ଚୟନ କରି ସମସ୍ତ ଗ୍ୟାସ ସଂସ୍ଥା ମାନଂକୁ ନିର୍ଦେଶ ଦିଆଯାଇଛି l

ନିର୍ଦେଶ ନିୟମ ଦୃଷ୍ଟିକୁନେଇ ଆଜି କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠି ସ୍ଥିତ ଶିବାଶକ୍ତି ଇଣ୍ଡିଆନ ଗ୍ୟାସ ବିତରଣ ସଂସ୍ଥା ତରଫରୁ ହିତାଧିକାରୀ ମାନଂକୁ ଗ୍ରାମାଞ୍ଚଳ ରେ କିଛି ମହିଳାଙ୍କୁ ଉଜ୍ୱଳା ଦିଦିଙ୍କ ଜରିଆରେ ଚୟନ କରି ହିତାଧିକାରୀ ମାନଂକୁ ଗ୍ୟାସ ବଣ୍ଟନ କରିଥିଲେ l

ବର୍ତମାନ ସମୟ ମାନ୍ଧାଅବସ୍ଥା ରହିଥିବା ଯୋଗୁଁ ସରକାରଙ୍କ ତରଫରୁ ମାଗଣାଗ୍ୟାସ ପାଇଥିବାରୁ ଗରିବ ମା ମାନେ ଉତ୍ଫୁଲିତ ହେବା ସହ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିଲେ ଏବଂ ବିତରଣ କରିଥିବା ସଂସ୍ଥା ଶିବାଶକ୍ତି ଇଣ୍ଡିଆନ ଗ୍ୟାସ କର୍ମକର୍ତ୍ତାଙ୍କୁ ଗ୍ୟାସ ଘରକୁ ଯୋଗାଇ ଦେଇଥିବା ଯୋଗୁଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ l

ଉକ୍ତ ସଂସ୍ଥା ତରଫରୁ ରବିବାର ଦିନ ଗୁରୁଣ୍ଠି ଗ୍ରାମରଉଜ୍ଜ୍ଵଳା ଦିଦି ନମିତା ନାୟକ ଏବଂ ହୁଗୁଳାପଟ୍ଟା ଗ୍ରାମର ସୁଜୟନ୍ତୀ ସ୍ୱାଇଁଙ୍କ ସହଯୋଗରେ ପୂର୍ବରୁ ଗ୍ୟାସ ପ୍ରଧାନ କରାଯାଇଥିବା ବେଳେ ଆଜି ସେମାନଙ୍କ ଉପସ୍ଥିତରେ ପ୍ରାୟ ୧୫ଟି ଗ୍ୟାସ ପ୍ରଧାନ କରାଯାଇଥିବା ଜଣାପଡିଛି l

Advertisement