Wednesday, September 23, 2026
ADVERTISEMENT
Home କନ୍ଧମାଳ ଆଜି ପବିତ୍ର ଅକ୍ଷୟ ତୃତୀୟା

ଆଜି ପବିତ୍ର ଅକ୍ଷୟ ତୃତୀୟା

1182
ADVERTISEMENT

ବାଲିଗୁଡ଼ା, ୨୬I୦୪ (ଡ଼ିଏଚ) : ଆଜି ହେଉଛି ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା | ସାରା ଦେଶରେ ମହାମାରୀ କରୋନାର ଭୟ ଲାଗି ରହିଥିଲା ବେଳେ, ଦେଖିବାକୁ ମିଳୁଛି ଚଷାପୁଅ ମାନଙ୍କ କ୍ଷେତର ପର୍ବ ଅଖିତୃତୀୟା ଆଜି ବୈଶାଖ ଶୁକ୍ଳ ତୃତୀୟା ଏହି ଦିନରେ ଶ୍ରୀ ମନ୍ଦିର ଭିତରେ ଅନୁକୂଳ ହେବ ରଥ କାଠ, ଏହାକୁ ଆଖି ଆଗରେ ରଖୀ ପୂଜା କରିଵା ମନ୍ଦିର ଭିତର ହିଁ ସୀମିତ ରହିଥାଏ |ଚାଷୀ ମାନେ ଭୂମି ପୂଜା କରି ଆଜି ଦିନରେ ହଳ ଲଙ୍ଗଳ ଧରିଥାନ୍ତି ଏବଂ ଅକ୍ଷିମୁଠି ଅନୁକୂଳ କରିଥାନ୍ତି | ଆଜି ଦିନରେ ସୁନା, ରୁପା କିଣିଲେ ଘରକୁ ଲଷ୍ମୀ ଆସନ୍ତି ବୋଲି ଭାବିଥାନ୍ତି |

ଏହି ଦିନରେ ଜନସାଧାରଣ ସୁନା, ରୁପା କିଣିବା ପାଇଁ ଗହଣା ଦୋକାନକୁ ଯିବାକୁ ଇଚ୍ଛାକଲେ ମଧ୍ୟ କରୋନାର ପ୍ରଭାବରେ ସରକାରଙ୍କ କଟକଣା ଯୋଗୁ ସମସ୍ତ ଗହଣା ଦୋକାନ ବନ୍ଦର ପ୍ରଭାବ ଦେଖିବାକୁ ମିଲୁଛି | ଆଜିର ଏହିଦିନଟି ପବିତ୍ର ହୋଇଥିବାରୁ ପ୍ରତେକ କାର୍ଯ୍ୟର ଶୁଭ ଅନୁକୂଳ କରାଯାଇଥାଏ | ଆଜି ଦିନରେ ଦାନ, ଧର୍ମ, ସେବା ଇତ୍ୟାଦି ମହତ କାର୍ଯ୍ୟ କରାଯାଇଥାଏ | ଆଜି ମଧ୍ୟ ପର୍ଶୁରାମ ଜୟନ୍ତୀ ଏବଂ ଜୟଦେବଙ୍କର ଜୟନ୍ତୀ ଏଣୁ ଏହି ଦିନଟିକୁ ଓଡ଼ିଆ ମାନଙ୍କର ଶୁଭଦିନ ବୋଲି ଧରାଯାଇଥାଏ |

Advertisement