Sunday, September 6, 2026
ADVERTISEMENT
Home ମୁଖ୍ୟ ଖବର ରଥଯାତ୍ରା: ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା, ଶରଧାବାଲିରେ ଖୋଲିଲା ପଲ୍ଲିଶ୍ରୀ ମେଳା

ରଥଯାତ୍ରା: ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା, ଶରଧାବାଲିରେ ଖୋଲିଲା ପଲ୍ଲିଶ୍ରୀ ମେଳା

313
ADVERTISEMENT

ପୁରୀ, ୬/୭ (ଡି.ଏଚ.ବି): ମହାପ୍ରଭୁଙ୍କର ବହୁ ପ୍ରତିକ୍ଷୀତ ଆଡ଼ପ ଅବଢ଼ା ଶନିବାର ଠାରୁ ଭକ୍ତଙ୍କୁ ମିଳିଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ପୂର୍ବାହ୍ଣରେ ପ୍ରଥମ ଅବଢ଼ା ବାହାରିଥିଲା। ପ୍ରଥମ ଅବଢ଼ା ପାଇବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଯାଇଥିଲା। କାରଣ ଶ୍ରୀମନ୍ଦିରର ଆନନ୍ଦ ବଜାରରେ ବର୍ଷସାରା ମିଳୁଥିବା ଅବଢା ଓ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ବର୍ଷକରେ ୯ ଦିନ ପାଇଁ ମିଳୁଥିବା ଆଡ଼ପ ଅବଢ଼ା ମଧ୍ୟରେ ପାର୍ଥକ୍ୟ ରହିଛି। କାରଣ ଶ୍ରୀମନ୍ଦିର ଅବଢ଼ାକୁ ମା’ ଲକ୍ଷ୍ମୀ ରୋଷେଇ କରୁଥିବା ବେଳେ ଆଡ଼ପ ଅବଢ଼ାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାଉସୀ ଶ୍ରୀଗୁଣ୍ଡିଚା ରାଣୀ ପ୍ରସ୍ତୁତ କରିଥାନ୍ତି।

ଆଡ଼ପ ଦର୍ଶନ ନବମୀ ଯାଏଁ ଚାଲିବ। ସେହିପରି ଭକ୍ତମାନେ ଆଜିଠାରୁ ଠାରୁ ଆଡ଼ପ ଅବଢ଼ା ପାଇପାରିଛନ୍ତି। ଆଜି ସକାଳ ୭ଟା ୩୦ରୁ ୮ଟା ୩୦ ଯାଏଁ ସାହାଣମେଳା ଦର୍ଶନ ହୋଇଥିଲା। ଏହା ପରେ ଦିନ ସାରା ପରିମାଣିକ ଟିକେଟରେ ଶ୍ରଦ୍ଧାଳୁଙ୍କୁ ଭିତର କାଠରୁ ଦର୍ଶନ କରିପାରିଛନ୍ତି। ପୂଜା ନୀତି ବ୍ୟତୀତ ଭକ୍ତମାନେ ଦିନ ତମାମ ବାହାର କାଠରୁ ଦର୍ଶନ କରିପାରିଛନ୍ତି। ଆଡପ ଦର୍ଶନ ପାଇଁ ଦିବ୍ୟାଙ୍ଗ ଭକ୍ତଙ୍କ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ହ୍ଵିଲ ଚେୟାର ବ୍ୟବସ୍ଥା କରାଯାଇଛି। ଶ୍ରୀଜିଉ ମାନଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଶରଧାବାଲିରେ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଯାଇଛି। ଏହି ମେଳାରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବ୍ୟବସାୟୀ ମାନେ ନିଜର ସାମଗ୍ରୀ ବିକ୍ରି କରୁଛନ୍ତି। ଓରମାସ୍‌ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ବ୍ୟବସାୟ ମେଳାରୁ ଆଡ଼ପ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏଠାରୁ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ଜିନିଷ କିଣିବାକୁ ସୁବିଧା ହେଉଛି।
ଆଜି ସନ୍ଧ୍ୟା ହେବା ମାତ୍ରେ ଭକ୍ତି ଓ ଭଜନରେ ଶରଧାବାଲି କମ୍ପି ଉଠିବ। କାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

Advertisement