ଚିକିଟି, ୨୫।୪(ରିଷିକେଶ ବେହେରା): ଓଡିଶା-ଆନ୍ଧ୍ର ସୀମାନ୍ତ ବଳରାମପୁର ଚେକ ଗେଟରେ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର ପହଞ୍ଚି ପୋଲିସ ର କାର୍ଯ୍ୟ ସହ ଜାତୀୟ ରାଜପଥ ଦେଇ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ସ୍ଥିତି ଅନୁଧ୍ୟାନ କରିବା ସହ ଯାନବାହନ ଯାଞ୍ଚ କଡାକଡି କରିବାକୁ ନିର୍ଦେଶ ଦେଇଛନ୍ତି । ଅହରାତ୍ର ସୀମାନ୍ତ ଫାଟକରେ ପୋଲିସ ଓ ପ୍ରଶାସନ ଡ୍ୟୁଟି କରୁଥିବାରୁ ଏସପି ପିନାକୀ ମିଶ୍ର ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ସମୟରେ ଚିକିଟୀ ଅତିରିକ୍ତ ତହସିଲଦାର ଶକ୍ତିପ୍ରସାଦ ଶ୍ରୀଚନ୍ଦନ , ଚିକିଟୀ ଏସ୍ ଡି ପି ଓ ସୁରେନ୍ଦ୍ରନାଥ ମୁର୍ମୁ , ବ୍ରହ୍ମପୁର ସଦର ଏସଡିପିଓ ଜୟନ୍ତ ମହାପାତ୍ର,ଗୋଳନ୍ଥରା ଥାନା, ଜରଡ଼ା ଥାନା ଓ ମେରାଇନ ଥାନାର ଆଇ ଆଇ ସି ଉପସ୍ଥିତ ଥିଲେ । ଆଜିର ସମୀକ୍ଷା ପରେ ଯାଞ୍ଚ ପ୍ରକ୍ରିୟାକୁ ଆହୁରୀ କଡ଼ାକଡ଼ି କରିଦିଆଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।


















