Thursday, November 5, 2026
ADVERTISEMENT
Home ଆଞ୍ଚଳିକ ହିଞ୍ଜିଳିକାଟୁ ବ୍ଳକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ହିଞ୍ଜିଳିକାଟୁ ବ୍ଳକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

320
ADVERTISEMENT

ହିଞ୍ଜିଳିକାଟୁ, ୨୫l୪ (ଶେଷଦେବ ସାହୁ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଉଦ୍ୟମ ଜାରୀ ରଖିବା ସହ ଜନସାଧାରଣଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । ଏହIକୁ ଆଖି ଆଗରେ ରଖି ହିଞ୍ଜିଳିକାଟୁ ବ୍ଳକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ୭୨ ହଜାର ୧ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଚାଉଳ କଳ ମାଲିକ ସଂଘ ସଭାପତି ବିଜୟ କୁମାର ପାଢି ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ସହାୟତା ରାଶିର ଏକ ବ୍ୟାଙ୍କ ଡ଼୍ରାଫ୍ଟ ପ୍ରଦାନ କରିଥିଲେ ।

Advertisement