ବାଲିଗୁଡ଼ା,୨୫/୪(ସୁରେଶ କୁମାର ପଣ୍ଡା):ଫୁଲବାଣୀ: ସ୍ଥାନୀୟ ପରିବହନ କାର୍ଯ୍ୟାଳୟ ନିକଟରେ ଥିବା ହୋଣ୍ଡା ସୋରୁମ୍ ଆଗରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଏକ ବ୍ୟକ୍ତିକୁ ସାହାଯ୍ୟ କଲେ “ୟୁଥ ଅଫ କନ୍ଧମାଳ” ର ସଭାପତି ଅଂଶୁମାନ ପ୍ରିୟଦର୍ଶନ ଓ ତାଙ୍କ ସାଥୀ। ସୂଚନା ପ୍ରକାରେ ସନ୍ଧ୍ୟାରେ “ୟୁଥ ଅଫ କନ୍ଧମାଳ” ର ସଭାପତି ଅଂଶୁମାନ ପ୍ରିୟଦର୍ଶନ, ବଳରାମ ଗୌଡ ଓ ବାଦଲ ପୃଷ୍ଟି ସ୍ଥାନୀୟ ରକ୍ତ ଭଣ୍ଡାରକୁ ଯାଉଥିବା ସମୟରେ ହୋଣ୍ଡା ସୋରୁମ୍ ଆଗରେ ଏକ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଲକ ଡାଉନ୍ ଯୋଗୁଁ ସବୁ ରାସ୍ତା ଶୁନଶାନ୍ ଥିବାରୁ ଆଖପାଖରେ କେହିନଥିଲେ। ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କୁ ନିଜ ବାଇକରେ ଡାକ୍ତରଖାନା ନେଇ ତାଙ୍କୁ ସର୍ଜରୀ ୱାର୍ଡରେ ଭର୍ତିକରାଇଥିଲେ । ଏବଂ ତାଙ୍କ ପରିବାର ଲୋକଙ୍କୁ ଘରେ ରହିବା ସୁରକ୍ଷିତ ବୋଲି ଅବଗତ କରାଇଥିଲେ ।


















