Friday, November 6, 2026
ADVERTISEMENT
Home ଆଞ୍ଚଳିକ ଲକଡାଉନ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ସହ ଗୁଟୁଖା ଜବତ

ଲକଡାଉନ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ସହ ଗୁଟୁଖା ଜବତ

1159
ADVERTISEMENT

ପାତ୍ରପୁର,୨୫/୪(ଋଷିକେଶ ବେହେରା):ବର୍ତ୍ତମାନ ମହାମାରୀ କରୋନା ପାଇଁ ଲକ ଡାଉନ ସ୍ଥିତିରେ ଲକ ଡାଉନର ନିୟମ ଉଲଂଘନକରି ଦେଇଛନ୍ତି ଜରିମାନା । ଆଜି ପାତ୍ରପୁର ବ୍ଲକର ବି. ନୂଆଗାଁ ,ସାମନ୍ତିଆପଲ୍ଲୀ ଓ କେଲୁଆ ଛକରେ ତହସିଲଦାର ଡ଼ା.ଶ୍ରୀନିବାସ ବେହେରା ଅନୁଧ୍ୟାନରେ ଲକ ଡାଉନ ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି । ଲକ ଡାଉନ ସମୟରେ ଅତି ଆବଶ୍ୟକୀୟ ଜିନିଷ ବିକ୍ରି କରିବା ପାଇଁ ନିଷ୍ପତି ନିଆଯାଇଥିବାବେଳେ ବେଳେ ପାତ୍ରପୁର ଓ କେଲୁଆ ଠାରେ ଦୋକାନ ଖୋଲି ଗୁଟୁଖା ବିକୁଥିବା ଖବର ପାଇ ଘଟଣାସ୍ଥଳରେ ଗୁଟୁଖା ଜବତ କରିବା ସହ ୫ଟି ଦୋକାନକୁ ଏକ ହଜାର ଟଙ୍କା ଲେଖାଏଁ ଜରିମାନା ପକେଇଥିବା ଜଣାପଡିଛି । ଆଜି ମୋଟ ୨୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ଶ୍ରୀଯୁକ୍ତ ବେହେରା ଏହା ସୂଚନା ଦେଇଛନ୍ତି ।

Advertisement