Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ପୁଡାମାରି ପଞ୍ଚାୟତ ରାଷ୍ଟ୍ରୀୟ ପୁରସ୍କାର ପାଇଁ ମନୋନୀତ।

ପୁଡାମାରି ପଞ୍ଚାୟତ ରାଷ୍ଟ୍ରୀୟ ପୁରସ୍କାର ପାଇଁ ମନୋନୀତ।

1645
ADVERTISEMENT

ସାନଖେମୁଣ୍ଡି,୨୫/୪(ସନ୍ତୋଷ କୁମାର ଦାଶ):ରାଷ୍ଟ୍ରୀୟ ପଂଚାୟତ ରାଜ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାର ତିନି ଗୋଟି ପଞ୍ଚାୟତ ନିଜ ନିଜ କାର୍ଯ୍ୟ ଦକ୍ଷତା ନେଇ ରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ହେଉଥିବା ଖବର କରୋନା ବିଭୀଷିକା ସମୟରେ ଜିଲ୍ଲା ବାସୀଙ୍କୁ ଉଲ୍ଲସିତ କରିଅଛି ।ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଭାବେ ଖ୍ୟାତ ଗଞ୍ଜାମରୁ ବଡ଼ ବୋରିଶୀଙ୍ଗି ,ବେଲଗୁଣ୍ଠା ବ୍ଲକ ଶ୍ରେଷ୍ଠ ଶିଶୁ ମୈତ୍ରୀ ପଞ୍ଚାୟତଭାବେ,ଗଞ୍ଜାମ ବ୍ଲକ ର କାଇଁଚ ପୁର ଶ୍ରେଷ୍ଠ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ ପଞ୍ଚାୟତ ଓ ସାନଖେମୁଣ୍ଡି ର ପୁଡ଼ମାରି ନାନଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥି ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ ପରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ବିଗତ ଦିନରେ ନିର୍ବାଚିତ ମହିଳା ସରପଞ୍ଚ ଶ୍ରୀମତୀ ସୌଭାଗ୍ୟ ବିଷୋୟୀଙ୍କ ଦ୍ଵାରା ନିଆ ଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟଧାରା ପାଇଁ ରାଜ୍ୟ ସ୍ଥରରେ ଶ୍ରେଷ୍ଠ ବିବେଚିତ ହୋଇ ପଞ୍ଚାୟତ ପୁରସ୍କୃତ ହୋଇଥିବା ବେଳେ ସମ୍ପ୍ରତି ରାଷ୍ଟ୍ରୀୟ ସ୍ତରରେ ଶ୍ରେଷ୍ଠ ମନୋନୀତ ହେବାର ଶ୍ରେୟକୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।ଏହାଛଡା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗେଙ୍କ ଦିଗ୍ ଦର୍ଶନ ,ଗଞ୍ଜାମ ପି ଡି ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଦାୟିତ୍ଵ ଅନୁପ୍ରାଣିତ ଚିନ୍ତାଧାରା, ଉପ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଭାବପୂର୍ଣ୍ଣ ସହଯୋଗିତା ସହିତ କର୍ମଠ ତଥା ଅଭିଜ୍ଞ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଗଭୀର ବିଭାଗୀୟ ନିପୁଣତାକୁ ନେଇ ପୁଡ଼ମାରୀ ଗର୍ବିତ ହୋଇଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।ନିଜ ପଞ୍ଚାୟତର ବିକାଶମୂଳକ ଯୋଜନା ପ୍ରଣୟନ ପାଇଁ ପଞ୍ଚାୟତ ବାସୀଙ୍କ ସହଯୋଗିତା ସହ ପ୍ରତିନିଧିଙ୍କ ସମନ୍ୱୟ ଭାବଧାରା ଏବଂ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଆଶୀର୍ବାଦକୁ ପାଥେୟ କରିଥିବା ସରପଞ୍ଚ ପ୍ରତିନିଧି ଶ୍ରୀ ସଂତୋଷ କୁମାର ବିଷୋୟୀ ପ୍ରକାଶ କରିଛନ୍ତି।

Advertisement