Friday, November 6, 2026
ADVERTISEMENT
Home ଆଞ୍ଚଳିକ ସଡ଼କ ଦୁର୍ଘଟଣାରେ ପୁଅ ଗୁରୁତର ବାପା ମୃତ

ସଡ଼କ ଦୁର୍ଘଟଣାରେ ପୁଅ ଗୁରୁତର ବାପା ମୃତ

783
ADVERTISEMENT

କଳାହାଣ୍ଡି ,୨୪/୪(କୁଳମଣି ସାହୁ):କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ଅନ୍ତଗର୍ତ ତୁଜୁଙ୍ଗ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ଗୁୁରୁତର । ସୂଚନା ମୁତାବକ ଏମ.ରାମପୁର ମାଛିବନ୍ଧ ପଡ଼ାର ସଚିନ କାଲସାଏ ନିଜ ପୁଅ ପାଞ୍ଚ ବର୍ଷ ପୁଅ ବାବୁସାନ କାଲସାଏଙ୍କ ସହିତ (ଓଡ଼ି୦୮କେ୮୩୬୬) ନମ୍ବର ବାଇକରେ ଏମ.ରାମପୁର ପଟରୁ ତୁଜୁଙ୍ଗ ରାସ୍ତାରେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା I

ଯାହା ଫଳରେ ଘଟଣାସ୍ଥଳରେ ହିଁ ସଚିନଙ୍କ ମୁଣ୍ଡରେ ପ୍ରଚୁର ରକ୍ତସ୍ରାବ ହୋଇ ମୃତ୍ୟୁ ଘଟିଥିଲା ଆହତ ପୁତ୍ର ବାବୁସାନଙ୍କୁ ଏମ.ରାମପୁର ଡ଼ାକ୍ତରଖାନାକୁ ଆଣି ଭର୍ତ୍ତି କରିଥିବାବେଳେ ଶିଶୁଟିର ଅବସ୍ଥା ଗୁରୁତର ଥିବା କାରଣରୁ ତାକୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଏମ.ରାମପୁର ପୋଲିସ ଥାନାଧିକାରୀ ଗୋବିନ୍ଦ ମାଝୀ ପହଞ୍ଚି ତଦନ୍ତ ଚଳାଇଛି ।

Advertisement