ବଲାଙ୍ଗୀର:ବିଧାୟକ ପାଣ୍ଠିରୁ ଶୁଖିଲା ଖାଦ୍ୟ ବ୍ୟବସ୍ଥା

336
ADVERTISEMENT

ବଲାଙ୍ଗୀର,୨୪/୪(ସୁନିଲ ତ୍ରିପାଠୀ):ଲକ୍‌ଡାଉନ୍‌ ସମୟରେ ବଲାଙ୍ଗୀର ସହର ସହର ମଧ୍ୟରେ ଚାଲୁଥିବା ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଆୟପନ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏବଂ ସେମାନେ ମହା ଅଡୁଆରେ ପଡିଛନ୍ତି। ବିଶେଷକରି ଡ୍ରାଇଭର ଭାଇମାନେ ଅସୁବିଧାରେ ଅଛନ୍ତି। ଏହି ଅଟୋ ଓ ଟ୍ୟାକ୍ସି ଚାଳକମାନେ ଗୋଟିଏ ମାସ ହେଲା ଘରେ ବସିରହିଛନ୍ତି। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଏମାନଙ୍କ ପାଇଁ ନିଜ ବିଧାୟକ ପାଣ୍ଠିରୁ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିଛନ୍ତି । ପୌର ପରିଷଦ ଜରିଆରେ ଏମାନଙ୍କୁ ଚାଉଳ, ଅଟା, ଡାଲି, ଖାଇବା ତେଲ ଆଦି ଦିଆଯାଇଛି। ସହରର ପାଟଣା ଛକରେ ୨୮ ଜଣ ପରିବାର, ଦୁର୍ଗା ମଣ୍ଡପ ଷ୍ଟାଣ୍ଡରେ ୯୦ ଜଣ ପରିବାର, ମେଡିକାଲ ଛକ ପ୍ରଥମ ଓ ଦ୍ୱିତୀୟ ଷ୍ଟାଣ୍ଡରେ ଯଥାକ୍ରମେ ୩୧ ଓ ୨୫ ପରିବାର ସହ ଗାନ୍ଧୀ ନଗର ପଡା ଷ୍ଟାଣ୍ଡରେ ୯୪ ଜଣ ପରିବାରଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଉପସ୍ଥିତିରେ ଏହା ବଣ୍ଟନ କରାଯାଇଛି।

Advertisement