Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ଆଡ଼ପ ମଣ୍ଡପରେ ଦର୍ଶନ ଦେଲେ ଦାରୁଦିଅଁ

ଆଡ଼ପ ମଣ୍ଡପରେ ଦର୍ଶନ ଦେଲେ ଦାରୁଦିଅଁ

302
ADVERTISEMENT

ପୁରୀ, ୬/୭ (ଡି.ଏଚ.ବି): ଆଡ଼ପ ମଣ୍ଡପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ। ଶୁକ୍ରବାର ରାତିରେ ଜନ୍ମବେଦିକୁ ଧାଡ଼ି ପହଣ୍ଡିରେ ଯାତ୍ରା କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଶନିବାର ସକାଳ ୭ଟାରୁ ହଜାର ହଜାର ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିଛନ୍ତି। ବର୍ଷା ଏବଂ କୋହଲା ପାଗ ସତ୍ତ୍ୱେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସକାଳ ଧୂପ ପରେ ଭକ୍ତଙ୍କୁ ଆଡ଼ପ ଅବଢ଼ା ମିଳିବ ।

Advertisement