କୋଟଗଡ,୨୪/୪(ନଳିନୀ କାନ୍ତ ମିଶ୍ର):କନ୍ଧମାଳ କୋଟଗଡ଼ ବ୍ଲକ ମାଦାଗୁଡ଼ା ପଞ୍ଚାୟତ ତେଲିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା I ଗତକାଲି ରବି ମଳିକ ତାଙ୍କ ବଗିଚାରେ ଲଗେଇଥିବା କାଜୁ ଗଛର ସୁରକ୍ଷା ପାଇଁ ବାଡ଼ ତିଆରି କରୁଥିଲେ , ହଠାତ ଏକ ବାରାହା ଆକ୍ରମଣ କରିବା ଫଳରେ ରବି ମଳିକଙ୍କ ପିଠି ଓ ହାତରେ ଗୁରୁତର ଭାବେ ଆଘାତ ହୋଇଥିଲା I କୌଣସି ସୂତ୍ରରୁ ଖବରପାଇ ପ୍ରଥମେ ତାକୁ ସଙ୍ଗେ ସଙ୍ଗେ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ ସେଠାରୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା I


















