କୋଦଳା,୨୧।୪(ସୂର୍ଯ୍ୟନାରାୟଣ ବଡ଼ୁ): ମହାମାରୀ କରୋନା ପାଈଁ କୋଦଳା ଏନଏସି ଅଞ୍ଚଳ ତାଲାବନ୍ଦିରେ । ହୋଟେଲ ବଜାର ବନ୍ଦ । କିଛି ଅତ୍ୟାବଶ୍ୟକୀୟ ଦୋକାନ ଖୋଲୁଚି ତାହାବି ୧୨ଘଣ୍ଟ ପରେ ବନ୍ଦ । ବଜାର ଶୁନଶାନ । ପୋଲିସ ,ତହସିଲ ,ଏନଏସି କର୍ମକର୍ତ୍ତାଙ୍କ ଛଡା ଅନ୍ୟ କୌଣଷି ଲୋକଙ୍କ ବାହାରେ ଦେଖା ନାହିଁ । ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ନିରାଶ୍ରୟ ଏବଂ ଭିକ୍ଷୁଙ୍କୁ ଏନଏସି ତରଫ ରୁ ଦୁଇଓଳା ରନ୍ଧାଖାଦ୍ୟ ପରିବେଷଣ ହେଉଛି । ଏହାରି ଭିତରେ ପଶୁପକ୍ଷୀ ଖାଇବାକୁ ନ ପାଇ ଭୋକ ରେ ଆଉଟୁ ପାଉଟୁ ହେଉଛନ୍ତି । ବର୍ତ୍ତମାନ ଦୁଇଦୀନ ହେବ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସାନିଟେସନ ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡି ଙ୍କ ସହିତ କିଛି କର୍ମକର୍ତ୍ତା ଙ୍କ ଉପସ୍ଥିତି ପଶୁ, ପକ୍ଷୀ ମାନଙ୍କୁ ଆମିଷ ଓ ନିରାମିଷ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ଜଣାପଡିଛି ।



















