Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

317
ADVERTISEMENT

ଭୁବନେଶ୍ବର, ୬/୭ (ଡି.ଏଚ.ବି): ଆଜି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜାମିନ୍ ଆବଦେନର ଶୁଣାଣି ହେବାପରେ ତାଙ୍କୁ ଜାମିନ ମିଳିଛି । ତାଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଏଡି.ଜେ .କୋର୍ଟ-୨ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨୫ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଜଣାଯାଇଛି। ସେ ତଦନ୍ତରେ ସହଯୋଗ କରିବାକୁ କୋର୍ଟଙ୍କ ପକ୍ଷରୁ  ନିର୍ଦ୍ଦେଶ ଦିଆଯାଇଛି । ଇଞ୍ଜିନିୟରଙ୍କୁ କାନ ଧରି ଉଠବସ୍ କରାଇବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ୍ ଆବଦେନର ଶୁଣାଣି ହୋଇଥିଲା।  ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଭିଯୁକ୍ତ ବିଧାୟକ ଶ୍ରୀ ମେହେର ଓ ଅଭିଯୋଗକାରୀ ଇଂଜିନିୟରଙ୍କ ପତ୍ନୀ କୋର୍ଟରେ ନିଜ ପକ୍ଷ ରଖିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ଜାମିନ୍ ଆବେଦନର ଶୁଣାଣି କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମର ଏକ ରାସ୍ତା କାମ ଯାଞ୍ଚ ପାଇଁ ଯାଇଥିବା ବେଳେ ସେଠାରେ ସର୍ବସାଧାରଣ ସମ୍ମୁଖରେ ବିଧାୟକ ଶ୍ରୀ ମେହେର ଉକ୍ତ ରାସ୍ତା ଦାୟିତ୍ବରେ ଥିବା ଜେଇ ଜୟକାନ୍ତ ଶବରଙ୍କୁ କାନଧରି ଉଠବସ୍ କରାଇଥିଲେ। ଏହି ଘଟଣା ସଂପର୍କରେ ଶ୍ରୀ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ଗତ ୬ ତାରିଖରେ ପାଟଣାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ ଏବଂ ପୁଲିସ ମାମଲା ରୁଜୁ କରିଥିଲା। ବିଧାୟକଙ୍କ ଗିରଫ ଦାବି କରି ବଲାଙ୍ଗୀର ଜେଇ ମହାସଂଘ, ଜିଲ୍ଲା ଆଦିବାସୀ ମହାସଂଘ ଆନ୍ଦୋଳନ କରିଥିଲେ। ଶେଷରେ ବିଧାୟକ ଶ୍ରୀ ମେହେରଙ୍କୁ ପୁଲିସ ଗିରଫ କରିଥିଲା।

Advertisement