କନ୍ଧମାଳ, ୨୧।୪(ସୁରେଶ କୁମାର ପଣ୍ଡା): କରୋନା ପାଇଁ ସାରାଦେଶ ଏବେ ଲକଡାଉନ ହୋଇଛି ଯାହା ଦ୍ୱାରା ଲୋକ ମାନଙ୍କ କାମ ଧନ୍ଦା ବନ୍ଦ ରହୁଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକ ଏହି ସମୟରେ ସହାୟତାର ହାତ ବଢ଼ାଇଛନ୍ତି ସିଏଚଆରଓ ନୁଆ ଦିଲ୍ଲୀ ଘରେ ଘରେ ପହଞ୍ଚି ମାସ୍କ ବାଣ୍ଟିବା ସହ ରନ୍ଧା ଖାଦ୍ୟ ମଧ୍ୟ୍ୟ ବଣ୍ଟା ଯାଇଥିଲା । ଏହାକୁ ଶୁଭାରମ୍ଭ କରିଥିଲେ ବାଲିଗୁଡ଼ା ଏନଏଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, କାଉନ୍ସିଲର ନାରାୟଣ ଡାକୁଆ, ଜୟଦେବ ଷଡ଼ଙ୍ଗୀ ଏହି ସଂସ୍ଥାର କନ୍ଧମାଳ ଜିଲ୍ଲା ଉପସଭାପତି ପଦ୍ମନାଭ ପାଣିଗ୍ରାହୀ, ଏସ ରଞ୍ଜନ ପାତ୍ର, ଓଡ଼ିଶାର ସମ୍ପାଦକ ଆଲୋକ କୁମାର ନାୟକ, କୃଷ୍ଣ ଚନ୍ଦ୍ର ବେହେରା, ବିଜେଶ୍ୱର ମଳିକ ଆୟୋଜନ କରିଥିଲେ ।


















