କନ୍ଧମାଳ, ୨୧।୪(ସୁରେଶ କୁମାର ପଣ୍ଡା): ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ବାଲିଗୁଡ଼ା ନଗର ଅଧକ୍ଷ ଲୋକନାଥ ପାଢ଼ୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ସିନିୟର ସିଟୀଜେନ ଲୋକଙ୍କ ପାଖରେ ପହଞ୍ଚି କରୋନା ଉପରେ ସଚେତନ କରିଥିଲେ । ଭୀଷଣ ଖରାରେ ବାହାରକୁ ନବାହାରିବା ଅଂଶୁଘାତ ଠାରୁ ଦୂରେଇ ରହିବା । ଯଦି ଆବଶ୍ୟକ ପଡ଼େ ତାହାହେଲେ ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବା, ଓଆରଏସ ପାଣି, ବିସ୍କୁଟ ଓ ପାଉଁରୁଟି ସାଙ୍ଗରେ ଧରିଥିବା ଓ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଏ ତାହାହେଲେ ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀଙ୍କୁ ଜଣେଇବା ସଚେତନ କରିବା ସହ ମାସ୍କ ବଣ୍ଟନ କରାଯାଇଥିଲା ।



















