କନ୍ଧମାଳ,୨୧/୪(ସୁରେଶ କୁମାର ପଣ୍ଡା):ଆଜି ସକାଳେ ୟୁଥ ଅଫ କନ୍ଧମାଳ ଓ ଏମଏମ ସି ଟି ଓଡ଼ିଶାର ଟିମର ଟିମ ମେମ୍ବର୍ ମାନେ ଫୁଲବାଣୀ ଟାଉନର ସଫାଇ କର୍ମଚାରୀ ମାନଙ୍କୁ କିଛି ଶୁଖିଲା ଖାଦ୍ୟ ଓ ସାନିଟାରୀ କୀଟ ଯୋଗାଇ ଥିଲେ। ଯେଉଁ ଭାଇ ଭଉଣୀ ମନେ ଆମ ଅଂଚଳକୁ ସଫା ରଖିବାର ଦାୟିତ୍ବ ରେ ଅଛନ୍ତି ,ଯେଉଁମାନେ କି ଏହି ପରିସ୍ଥିତିରେ ମଧ୍ୟ ନିଜ କର୍ତବ୍ୟ କରିବାକୁ ପଛାଇ ନାହାନ୍ତି , ଯେଉଁମାନେ କି ସବୁବେଳେ ପରଦାର ଆଢୁଆଳରେ ରହିଯାନ୍ତି, ଯେଉଁମାନଙ୍କୁ ସମାଜ ସବୁଠାରୁ ତଳ ସ୍ତରରେ ରଖିଥାଏ, ଯେଉଁମାନେ କି ନିଜ କାର୍ଯ ଅନୁସାରେ ଉଚିତ ପ୍ରାପ୍ତ ପାଇନଥାନ୍ତି, ସେଇ ଭାଇ ଭଉଣୀ ମାନଙ୍କ ପାଖରେ ଆଜି ପହଂଚିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛୁ।

ଧନୀ ପାଇଁ ସମସ୍ତଙ୍କ ଦ୍ଵାରା ଖୋଲା ଥାଏ।
କିନ୍ତୁ ଗରିବ ନିମନ୍ତେ ????
ଏହି ପ୍ରଶ୍ନର ଉତ୍ତର ଆମେ ନିଜେ ଖୋଜି ବାହାର କରିବା। ଏହି ଛୋଟିଆ ଚେଷ୍ଟାକୁ ସାର୍ଥକ କରିଥିବା ଆମ ପ୍ରିୟ ଯୁବ ସ୍ଵେଛାସେବୀ ଭାଇମାନେ ଅଂଶୁମାନ ପ୍ରିୟଦର୍ଶନ (ସଭାପତି ୟୁଥ ଅଫ କନ୍ଧମାଳ)ସୌରଭ ପାଢ଼ୀ, ଶାନ୍ତନୁ କୁମାର ଭୋଇ,ଅଙ୍କିତ ମଲିକ,.ବିକାଶ ମିଶ୍ର ,କୃତିଦପଣ ଭୋଇ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁନ୍ଦର ଭାବରେ ହୋଇଥିବାରୁ ସୁସ୍ମିତା ପ୍ରଧାନ ଏମ ଏମ ସି ଟି ର ଅଧକ୍ଷା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି ଉତ୍ସାହିତ କରି କହିଛନ୍ତି ଯେ,”ଫୁଲବାଣୀର ଏହି ସକ୍ରିୟ ଯୁବସମାଜକୁ ଏହିପରି ଆଗକୁ ଅନେକ ବଢିବାକୁ ସମସ୍ତଙ୍କର ଉତ୍ସାହ,ଆଶୀର୍ବାଦ ଓ ପ୍ରାର୍ଥନା କାମନା କରୁଛୁ।”
ଘରେ ରହନ୍ତୁ ,ସ୍ବାସ୍ତ୍ୟ ରୁହନ୍ତୁ,ବାରମ୍ବାର ହାତ ଧୁଅନ୍ତୁ।କୋରନଠୁ ଦୁରେଇ ରହିବ ପାଇଁ ନିଜକୁ ସତର୍କ ରଖି
ସରକାରଙ୍କର ସମସ୍ତ ନୀତି ନିୟମକୁ ମାନି ସହଯୋଗ କରନ୍ତୁ।


















